ଏଣିକି ଓଡ଼ିଆ ଭାଷାରେ ହେବ OAS ପରୀକ୍ଷା
ଏଣିକି ଓଡ଼ିଆ ଭାଷାରେ ହେବ OS ପରୀକ୍ଷା । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ ।
ଭୁବନେଶ୍ୱର: ଏଣିକି ଓଡ଼ିଆ ଭାଷାରେ ହେବ OAS ପରୀକ୍ଷା । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି ।

ସୂଚନା ଅନୁସାରେ, ମେନ୍ ପରୀକ୍ଷା ଡାଞ୍ଚାରେ ବି ପରିବର୍ତ୍ତନ ହେବ । ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବା ବେଳେ ୪ଟି ପେପରରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ । ୩ଶହ ଲେଖାଏ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍ ୬ଶହ ମାର୍କର ପରୀକ୍ଷା ହେବ । ମେନ୍ ପରୀକ୍ଷା ସମୁଦାୟ ୨ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ ।
ସେହିପରି ମେନ୍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ଉତ୍ତର ଲେଖା ଯାଇପାରିବ । ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍ ଦେଲେ ଅନ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନଥିଲା । ତେବେ ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications