ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ; ମଇ ୧୬ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ ହୋଇଛି । ଆଉ ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨୦ ସୁଦ୍ଧା ସରିବ । ତେବେ ପିଲାଙ୍କୁ ରେଜଲ୍ଟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମଇ ୧୬ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।

ରାଜ୍ୟର ୬୯ଟି ଅଫ୍‌ଲାଇନ୍‌ ଓ ୪୧ଟି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇଛି । ୭ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନରେ ସାମିଲ ହୋଇଛନ୍ତି ।

ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅଧିକାଂଶ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକର ମୂଲ୍ୟାୟନ ଏବେ ଜାରି ରହିଛି। ହାତରେ କମ୍‌ ସମୟ ରହିଥିବାରୁ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥାନଙ୍କୁ ସୁନିଶ୍ଚିତ କରାଯାଇଛି ।

Odisha CHSE Result 2024 Date

ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଲାଗିଛି। । ଶାନ୍ତିଶୃଙ୍ଖଳା ରକ୍ଷା, ଶବ୍ଦ ନ କରିବା, ଉପଯୁକ୍ତ ପରିବେଶ, ସ୍ୱଚ୍ଛ ଶୌଚାଳୟ ହୋଇଥିବା‌ ବେଳେ ଗତ ସପ୍ତାହରେ ଲଗାରହିଥିବା ଗ୍ରୀଷ୍ମ ପ୍ରବାହ ଖାତାଦେଖାରେ ସମସ୍ୟା ସୃଷ୍ଟି କରିଥିଲା।

ତେବେ ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ଏସି ଲାଗିଥିଲେ ମଧ୍ୟ ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରର ହଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ଫ୍ୟାନ୍‌ ଲାଗିଥିବାରୁ ସମସ୍ୟା ନଜରକୁ ଆସିଥିଲା। ଏନେଇ ଜଣାପଡ଼ିବା ପରେ ପରିଷଦ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଚାଲିଛି,
ଆସନ୍ତା ୨୦ ତାରିଖ ମଧ୍ୟରେ ଶେଷ ହେବ। ଏପ୍ରିଲ ୧୬ ସୁଦ୍ଧା ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ସେଥିରେ ସାମାନ୍ୟ ବିଳମ୍ବ ହୋଇଛି ।

ଖାତା ମୂଲ୍ୟାୟନ ସରିବା କ୍ଷଣି ଅନ୍ୟାନ୍ୟ କାର୍ଯ୍ୟ ତ୍ବରାନ୍ବିତ କରାଯିବ। ମେ' ୧୩ ଭିତରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୋଟିଏ ସମୟରେ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଦୋଳ ଓ ହୋଲି ପାଇଁ ଉତ୍ତର ଖାତା ମୂଲ୍ୟାୟନରେ ଦୁଇ ଦିନ ବିଳମ୍ବ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+