ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ; ଅପରାହ୍ନ ୪ଟାରେ ରେଜଲ୍ଟ
ଆଜି (ବୁଧବାର) ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଅପରାହ୍ନ ୪ଟା ସମୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରକାଶ ପାଇବ ଫଳ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା ।
ଭୁବନେଶ୍ବର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ମାନେ ବୋର୍ଡର ଓ୍ବେବ ସାଇଟ https://results.odisha.gov.in/ ନଚେତ https://results.digilocker.gov.in/ ରେ ପରୀକ୍ଷା ଫଳ ଦେଖି୍ପାରିବେ । କିମ୍ବା ଡିଜି ଲକରରେ ଫଳାଫଳ ଦେଖି ପାରିବେ ।

- ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
- ଅପରାହ୍ନ ୪ ଟା ରେଜଲ୍ଟ ପ୍ରକାଶ ପାଇବ
- ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ହେବ
- https://results.odisha.gov.in/ , https://results.digilocker.gov.in/ ପରୀକ୍ଷା ଫଳ ଦେଖିବେ ଛାତ୍ରଛାତ୍ରୀ
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୨୯ ହଜାର ୬୦୪ ଜଣ ରହିଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ସୂଚନାଯୋଗ୍ୟ, ଚଳିତଥର ୪୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କପି କରି ଧରାପଡ଼ିଥିଲେ । ବିଶେଷଜ୍ଞଙ୍କ ଦ୍ୱାରା ସମସ୍ତଙ୍କୁ କାଉନସେଲିଂ କରିବା ପରେ ତନ୍ମଧ୍ୟରୁ ୩୭୨ଜଣ କପି କରି ନଥିବା ଜଣାପଡ଼ିଛି । ତେଣୁ ସେମାନଙ୍କ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଅବଶିଷ୍ଟ ୫୭ଜଣ କପି କରିଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଆସନ୍ତାବର୍ଷ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି ।












Click it and Unblock the Notifications