ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା
ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । ଏହା କହିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛି ।
ଭୁବନେଶ୍ବର: ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । ଏହା କହିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛି । କୋଭାକ୍ସିନ୍ କୁ ପରୀକ୍ଷଣ କରି ଡିସିଜିଆଇ ଅନୁମତି ଦେବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମଧ୍ୟମରେ ତାଲିମ ଦିଆଯିବ ।

ରାଜ୍ୟରେ ୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ଆମେ ଶିଶୁମାନଙ୍କୁ ଟିକା ଦେବା ପାଇଁ ଆରମ୍ଭ କରିବୁ, ତେବେ ଆମକୁ ଟିକାକାରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ପଡ଼ିବ । ଯେଉଁ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଏସଓପି ଆସିବ । ସେହି ଅନୁସାରେ ଟିକାକରଣ କରାଯିବ ।
ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି । ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ୍ ୭୮% ଓ ୧ କୋଟି ୩ ଲକ୍ଷ ଦ୍ବିତୀୟ ଡୋଜ୍ ୩୩% ଦିଆସରିଛି । ଶୁକ୍ରବାର ୧୮୩୦ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ୨୪ ଲକ୍ଷ ଟିକା ମହଜୁଦ ଅଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।












Click it and Unblock the Notifications