୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା
Odisha child marriage free by 2030 :୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା
ଭୁବନେଶ୍ୱର: ବାଲ୍ୟ ବିବାହ ମୁକ୍ତ ରାଜ୍ୟ ହେବ ଓଡ଼ିଶା । ୨୦୨୩ ସୁଦ୍ଧା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ । ରାଜ୍ୟର ପ୍ରତି ଗାଁ ଓ ସହରାଞ୍ଚଳରେ ପ୍ରତ୍ୟକ ୱାର୍ଡ଼କୁ ଗୋଟିଏ ଗୋଟିଏ ୟୁନିଟ ଭାବେ ନେଇ ଅଭିଯାନକୁ ତ୍ବରାନ୍ବିତ କରାଯିବ । ଯେଉଁଥି ପାଇଁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ବିଭାଗ ପକ୍ଷରୁ ଚିଠି ପଠାଯାଇଛି । ଏହି ଅଭିଯାନକୁ କ୍ରୀୟାଶୀଳ କରିବା ପାଇଁ ସାହାର୍ଯ୍ୟ କରୁଥିବା ବ୍ୟକ୍ତି କିମ୍ବା ସଙ୍ଗଠନକୁ ଆର୍ଥିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି । ଜନ ସଚେତନତା ସୃଷ୍ଟି କରାଯିବା ସହ ଆଇନକୁ ମଧ୍ୟ କଡାକଡି କରାଯିବ ।

ତେବେ ଅତି କମରେ ଦୁଇ ବର୍ଷ ଧରି ଯଦି କୌଣସି ଗାଁ କିମ୍ବା ୱାର୍ଡରେ ବାଲ୍ୟ ବିବାହ ନ ହୋଇଥିବା ତେବେ ଯାଇ ସେ ସ୍ଥାନକୁ ବ୍ୟଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇପାରିବ । ପ୍ରତ୍ୟକ ସ୍ଥାନରେ ଏକ ଶିଶୁ ସୁରକ୍ଷା କମିଟି ରହିବା ଉଚିତ ଯାହା ପ୍ରତ୍ୟେକ ତିନି ମାସରେ ସେହି ଅଞ୍ଚଳର ସମସ୍ତ ବିବାହର ବୟସ ପ୍ରମାଣକୁ ରେକର୍ଡ ଏବଂ ଯାଞ୍ଚ କରି ବାଲ୍ୟ ବିବାହକୁ ଟ୍ରାକ୍ କରାଯିବା ଆବଶ୍ୟକ ।

ଅନ୍ୟପଟେ ଆଜି ମଧ୍ୟ ଲୋକେ ଏହାକୁ ପରମ୍ପରାର ନାଁ ଦେଉଥିବାର ଦେଖିବା ପାଇଁ ମିଳୁଛି । ତେବେ ବାଲ୍ୟ ବିବାହକୁ ରୋକିବା ପାଇଁ ମାନସିକତାରେ ପରିବର୍ତ୍ତନ ମଧ୍ୟ କରିବା ପାଇଁ ପଡିବ । ତେବେ ଏବେଠୁ ନିୟମକୁ କଡାକଡି ନ କଲେ ଆଗକୁ ସ୍ଥିତି ଜଟିଳ ହେବ ବୋଲ ଆଶଙ୍କା କରିଛନ୍ତି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications