ଓଡିଶାରେ ଶିଶୁ ଟିକାକରଣ ହାର ଦେଶରେ ସର୍ବୋଚ୍ଚ: UNICEF

ଭୁବନେଶ୍ବର: ଶିଶୁ ଟିକାକରଣ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ୟୁନିସେଫ ( UNICEF) ଇଣ୍ଡିଆ ପକ୍ଷରୁ ଦ ଷ୍ଟେଟ ଅଫ୍ ଦି ୱାର୍ଲଡ ଚିଲଡ୍ରେନ ୨୦୨୩, ଫର ଏଭ୍ରି ଚାଇଲ୍ଡ ଭ୍ୟାକସିନେସନ ନାମକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଓଡିଶାରେ ଶିଶୁ ଟିକାକରଣ ହାର ଦେଶରେ ସର୍ବୋଚ୍ଚ ରହିଛି ।

ଓଡ଼ିଶାରେ ଟିକାକରଣ କଭରେଜ୍ ୯୦.୫ ପ୍ରତିଶତ ରହିଛି । ରିପୋର୍ଟ ଅନୁଯାୟୀ ଜାତୀୟସ୍ତରରେ ଟିକାକରଣ ହାର ୭୬.୪ ପ୍ରତିଶତ ଥିବା ବେଳେ ରାଜ୍ୟରେ ତାହା ଯଥେଷ୍ଟ ଅଧିକ ରହିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପିଲାମାନଙ୍କ ପାଇଁ ଟିକାକରଣର ମହତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ ଦେଶ ମଧ୍ୟରୁ କେବଳ ଚୀନ, ଭାରତ, ମେସ୍କିକୋରେ ଏହା ଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହୋଇଛି ।

Odisha Child Immunization Rate

କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶର ଟିକାକରଣ ଉପରୁ ଭରସା ତୁଟିଥିଲା ସେତେବେଳେ ଭାରତ ଟିକାକରଣକୁ ଅଧିକ ପ୍ରୋତ୍ସାହନ କରିଥିଲା । କେବଳ କୋଭିଡ ଟିକାକରଣ ନୁହେଁ ମିସନ୍‌ ଇନ୍ଦ୍ରଧନୁଷ ଜରିଆରେ ପିଲାଙ୍କୁ ମାଗଣାରେ ଟିକା ଦିଆଯାଇଥିଲା । ବିଗତ ୩୦ ବର୍ଷ ମଧ୍ୟରେ ଶିଶୁଙ୍କ ଟିକାକରଣ ପ୍ରକ୍ରିୟାରେ ଲୋକଙ୍କ ଟିକା ଉପରୁ ବିଶ୍ୱାସ ହ୍ରାସ ପାଇଛି। ବିଶ୍ବରେ ୨୦୧୯ ରୁ ୨୦୨୧ ମଧ୍ୟରେ ସମୁଦାୟ ୬.୭ କୋଟି ଶିଶୁ ଟିକାକରଣରୁ ବଞ୍ଚିତ ହୋଇଛନ୍ତି । ୧୧୨ଟି ଦେଶରେ ଟିକାକରଣ କଭରେଜ ହ୍ରାସ ପାଇଛି । ୨୦୨୨ରେ ମିଳିମିଳା ରୋଗ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ଦୁଇଗୁଣରୁ ଅଧିକ ଥିଲା। ପୋଲିଓ ଦ୍ୱାରା ପକ୍ଷାଘାତ ହୋଇଥିବା ଶିଶୁଙ୍କ ସଂଖ୍ୟା ୨୦୨୨ ତୁଳନାରେ ୧୬ ପ୍ରତିଶତ ବୃଦ୍ଧି ପାଇଥିଲା। ମହାମାରୀ ସମୟରେ ୨୦୨୦-୨୦୨୧ ମଧ୍ୟରେ ଶୂନ-ଡୋଜ (ଅପହଞ୍ଚ ବା ବଞ୍ଚିତ) ପିଲାଙ୍କ ସଂଖ୍ୟା ତିନି ନିୟୁତରେ ବୃଦ୍ଧି ହେବା ସତ୍ତ୍ବେ ଭାରତ ବ୍ୟାକ୍ ସ୍ଲାଇଡକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା ।

ଏହା ଛଡ଼ା ଓଡ଼ିଶାରେ ଅପହଞ୍ଚ ଇଲାକାରେ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଛି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ଟିକାକରଣର ହାର ୯୦ ପ୍ରତିଶତରୁ ଅଧିକ ହୋଇଛି । ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଜନଜାତି ବସବାସ କରୁଥିବା ଓଡ଼ିଶାର ୧୪୪ଟି ବ୍ଲକ ଯେଉଁଠାରେ ଗମନାଗମନର କୌଣସି ସୁବିଧା ନ ଥିବା ସତ୍ତ୍ବେ ଉକ୍ତ ଅଞ୍ଚଳରେ ଟିକାକରଣର ହାର ଅଧିକ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+