ପୁଣି ଲକଡାଉନ୍ ନା ଅନଲକ୍ ? ଆଜି ଅପରାହ୍ଣରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ
ଆସନ୍ତାକାଲି ରାଜ୍ୟରେ ଶେଷ ହେବାକୁ ଲକଡାଉନ ଅବଧି । ତେଣୁ ଆଜି ଅପରାହ୍ନରେ ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଭୁବନେଶ୍ୱର: କଟକଣା କୋହଳ ହେବ ନା ବଢିବ । ଲକଡାଉନ ଜାରି ରହିବ ନା ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ରାଜ୍ୟରେ ଶେଷ ହେବାକୁ ଲକଡାଉନ ଅବଧି । ତେଣୁ ଆଜି ଅପରାହ୍ନରେ ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଆଜି ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆସନ୍ତାକାଲିଠୁ କେଉଁ ନିୟମାବଳୀ ଲାଗୁ କରାଯିବ, ଜୀବନ ସାଙ୍ଗକୁ ଜୀବିକାକୁ ପ୍ରଧାନ୍ୟ ଦିଆଯିବ ନା ନାହିଁ ତାହା ଉପରୁ ଆଜି ସ୍ପଷ୍ଟ ମତ ରଖି ପାରନ୍ତି ମୁଖ୍ୟ ଶାସନ ସଚିବ।
ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ସେହିପରି ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାର ରହିଛି। ସେସବୁ ଜିଲ୍ଲା ଉପରେ ଫୋକସ୍ କରିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ୪ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସରକାରଙ୍କ ପକ୍ଷରୁ ଏହା ଉପରେ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି।
ଏବେ ରେଡ୍ ଜୋନରେ ୪ ଜିଲ୍ଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ସେହିଭଳି ୟେଲୋ ଜୋନରେ ୫ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ପୁରୀ ଓ ନୟାଗଡ଼ ରହିଛି । ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି ।












Click it and Unblock the Notifications