ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ସମୟସୀମା ଧାର୍ଯ୍ୟ କଲେ ମୁଖ୍ୟ ଶାସନ ସଚିବ
ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ତ୍ୱରାନିତ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯତାରେ ଆଜି ଅନୁଷ୍ଠିତ ଏକ ବୈଠକରେ ଏହି ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ତ୍ୱରାନିତ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯତାରେ ଆଜି ଅନୁଷ୍ଠିତ ଏକ ବୈଠକରେ ଏହି ସୂଚନା ଦିଆଯାଇଛି ।

ପ୍ରକଳ୍ପୱାରୀ ଅଗ୍ରଗତି ସମୀକ୍ଷା କରି ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ନିମନ୍ତେ ମୁଖ୍ୟ ଶାସନ ସଚିବ ସମୟ ନିର୍ଘଣ୍ଟ କରିଛନ୍ତି । ମେ ମାସ ଶେଷ ସୁଦ୍ଧା ଅଧିକରୁ ଅଧିକ ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରୂପାନ୍ତରୀକଣ କାର୍ଯ୍ୟକ୍ରମରେ ବ୍ୟବହୃତ ହେଉଥିବା ଆସବାସପତ୍ର, ବୈଦ୍ୟୁତକ ଯନ୍ତ୍ରପାତି, ପରୀକ୍ଷାଗାର ସମଞ୍ଜାମ, ଇ-ଲାଇବ୍ରେରୀ, କମ୍ୟୁଟର, କ୍ରୀଡା ସରଞ୍ଜାମ, ଏବଂ ସର୍ବୋପରି ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଆଦିର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମହାପାତ୍ର ।












Click it and Unblock the Notifications