Get Updates
Get notified of breaking news, exclusive insights, and must-see stories!

କୋଭିଡ୍ ସ୍ଥିତିରେ ସୂଚନା ଓ ସଚେତନତା ଅଭିଯାନକୁ ଅଧିକ ସେବାଭିତ୍ତିକ କରିବାକୁ ମୁଖ୍ୟ ଶାସନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପରିବର୍ତ୍ତିତ କୋଭିଡ୍ ସ୍ଥିତିରେ ସୂଚନା ଓ ସଚେତନତା ଅଭିଯାନକୁ ଅଧିକ ପ୍ରତିଷେଧାତ୍ମକ ଏବଂ ସେବାଭିତ୍ତିକ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଚାଲିଥିବା କୋଭିଡ୍ ବିରୋଧି ସଚେତନତା ଅଭିଯାନର ସମୀକ୍ଷାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ୍ ସଚେତନତା ଅଭିଯାନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

Suresh Mahapatra

ବିଭିନ୍ନ ସ୍ତରରେ କରାଯାଉଥିବା ସଚେତନତା ଅଭିଯାନର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତ୍ତମାନ ସ୍ଥିତିରେ ପ୍ରତିଷେଧାତ୍ମକ ଏବଂ ସେବା ଉପଲବ୍ଧି ସମ୍ବନ୍ଧିତ ସୂଚନା ପ୍ରସାରଣ କୋଭିଡ୍ ପରିଚାଳନା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଅଧିକ ସଂଖ୍ୟକ କୋଭିଡ୍ ସଂକ୍ରମିତ ବ୍ୟକ୍ତି ଘରୋଇ ପୃଥକବାସରେ ରହି ଚିକିତ୍ସିତ ହେଉଥିବାରୁ ସେମାନଙ୍କ ପାଇଁ ସେବା ସମ୍ବନ୍ଧିତ ସୂଚନା ବିଶେଷ ସହାୟକ ହେବ । ପୃଥକବାସର ବ୍ୟବହାରିକ ଢ଼ଙ୍ଗି, ଦୈନିକ ଯତ୍ନ, ଅମ୍ଳଜାନସ୍ତର ଯାଞ୍ଚ୍, ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳା ମାନଙ୍କର ଯତ୍ନ, କେଉଁ ଟେଲିଫୋନ ନମ୍ବର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ମିଳିପାରିବ, କି କି ସତର୍କତା ଅବଲମ୍ବନ କରାଯିବା ଦରକାର, ଜରୁରୀକାଳିନ ସ୍ଥିତିରେ କାହା ସହିତ ଓ କେମିତି ଯୋଗାଯୋଗ କରିବେ, ଦରକାର ସମୟରେ କେମିତି ଆମ୍ବୁଲାନ୍ସ୍ ସେବା ପାଇବେ ଓ ହସ୍-ପିଟାଲ୍ ଯାଇପାରିବେ ଆଦି ସମସ୍ତ ବିଷୟ ସୂଚନା ଓ ସଚେତନତା ଅଭିଯାନରେ ସନ୍ନିବଶିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

covid vaccine

ପ୍ରତି ଜିଲ୍ଲା ଏବଂ ସହରାଞ୍ଚଳର କୋଭିଡ୍ ନିୟନ୍ତ୍ରଣ କକ୍ଷ, ଟେଲି ମେଡିସିନ୍ ଏବଂ ତୁରନ୍ତ ସହାୟକ ଦଳ(ଆର୍.ଆର୍.ଟି)ମାନଙ୍କର ଟେଲିଫୋନ୍ ନମ୍ବର ମଧ୍ୟ ସୂଚନା ଓ ସଚେତନତା ବାର୍ତ୍ତାରେ ସନ୍ନିବେଶିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଆର୍.ଆର.ଟି ନିଜ ନିଜ ଦାୟିତ୍ୱ ଥିବା ବିଭିନ୍ନ ଅଂଚଳର ରୋଗୀମାନଙ୍କୁ ସାମିଲ୍କରି ଏକାଧିକ ହ୍ୱାଟ୍ସ୍ଆପ୍ ଗୃପ୍ ଖୋଲିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ମାଧ୍ୟମରେ ଘରୋଇ ପୃଥକବାସରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟସ୍ଥିତି ଓ ଆବଶ୍ୟକତା ବିଷୟରେ ଆର୍.ଆର୍.ଟି ମାନେ ତୁରନ୍ତ ଜାଣି ପାରିବେ ।
ଏହିସବୁ ସୂଚନା ଘରୋଇ ପୃଥକବାସରେ ଥିବା ଲୋକମାନଙ୍କୁ ଅଧିକ ଆତ୍ମ ବିଶ୍ୱାଶ ଓ ଭରଷା ଦେବ ଯାହାକି ପ୍ରକାରାନ୍ତରେ ଶିଘ୍ର ଆରୋଗ୍ୟଲାଭରେ ସହାୟକ ହେବ ବୋଲି ସେ କହିଥିଲେ ।

ବୈଠକରେ ଖବରକାଗଜ, ଟେଲିଭିଜନ୍, ସାମାଜିକ ଗଣମାଧ୍ୟମ ଆଦି ଜରିଆରେ କରାଯାଇଥିବା ବିଭିନ୍ନ ପ୍ରକାର ସଚେତନତା ଅଭିଯାନର ସମୀକ୍ଷା କରାଯାଇଥିଲା । ବର୍ତ୍ତମାନ ପ୍ରାୟ ୧୨ ପ୍ରକାରର ସଚେତନତା ବାର୍ତ୍ତା, ୮ ପ୍ରକାରର ମେସେଜ୍, ବହୁବିଧ ଦୃଶ୍ୟ ଓ ଶ୍ରାବ୍ୟ ବାର୍ତ୍ତା, ପରାମର୍ଶ ଆଦି ଦିଆଯାଉଛି । ଜନସାଧାରଣଙ୍କୁ ମଧ୍ୟ ଏସ୍.ଏମ୍.ଏସ୍ ମାଧ୍ୟମରେ ସୂଚନା ପଠାଯାଉଛି । ଏହାଛଡ଼ା ଜିଲ୍ଲା ସ୍ତରରେ ୫୫ଟି, ବ୍ଲକ୍ ସ୍ତରରେ ୭୦୬ଟି, ସହରାଞ୍ଚଳ ସ୍ତରରେ ୫୬ଟି ଏବଂ ପୌରନିଗମ ସ୍ତରରେ ୬୫ଟି ଏପରି ସମୁଦାୟ ୮୬୫ଟି ଆର୍.ଆର୍.ଟି. ଦଳ ନିଜ ନିଜ ସ୍ତରରେ ଚିକିତ୍ସା ଓ ସଚେତନତା ସୂଚନା ଦେଉଛନ୍ତି ।

ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ପରିବର୍ତ୍ତିତ ସ୍ଥିତିରେ ଲୋକମାନଙ୍କ ପାଇଁ ଅଧିକ ଉପଯୋଗୀ ଏବଂ ନିର୍ଭରଯୋଗ୍ୟ ସୂଚନା ଓ ସଚେତନତା ବାର୍ତ୍ତା ପ୍ରସାରଣ କରାଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନଙ୍କର ବୈଷୟିକ ସହାୟତା ସହ ଏହିସବୁ ବାର୍ତ୍ତାକୁ ଅଭିଯାନରେ ସାମିଲ୍ କରାଯିବ । ଏହି କାର୍ଯ୍ୟ ତୁରନ୍ତ ସଂପାଦନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶର୍ମା ପ୍ରତିଷ୍ଠାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସଂପର୍କ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+