ରଥଯାତ୍ରା ପ୍ରସ୍ତୁତି ଓ ହେରିଟେଜ୍ କରିଡର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଅପରାହ୍ନରେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।
ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଅପରାହ୍ନରେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ମହାମାରୀ ପରବର୍ତ୍ତୀ ଭକ୍ତଙ୍କ ଗହଣରେ ହେବାକୁ ଥିବା ରଥଯାତ୍ରାରେ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ମୁଖ୍ଯ ଶାସନ ସଚିବ ପୁରୀ ଜିଲ୍ଲାପାଳ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ଏଥିସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ।
ଏକ ଉଚ୍ଚ ସ୍ତରୀୟ ବୈଠକରେ ରଥଯାତ୍ରାର ସୁଗମ ପରିଚାଳନା ପାଇଁ ସେବାୟତଙ୍କୁ ଭେଟି ବିଭିନ୍ନ ନୀତି ପୂଜା ତଥା ଅନ୍ୟାନ୍ୟ ରୀତିନୀତି ଅନୁଯାୟୀ କାର୍ଯ୍ୟ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।












Click it and Unblock the Notifications