ଭୁବନେଶ୍ୱରରେ ବିଜୁଳି କାଟ୍ ନେଇ ଟାଟା ପାୱାରକୁ ତାଗିଦ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହୋଇଥିଲା । ଏହାପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । ଘଣ୍ଟା ଘଣ୍ଟା ଧରି ବିଜୁଳି କଟିବାରୁ ହନ୍ତସନ୍ତ ହୋଇଥିଲେ ଜନତା ।

ଦୀର୍ଘ ୩ ଘଣ୍ଟା ଧରି ବିଦ୍ୟୁତ ଠପ ହୋଇଯିବା ପରେ ଶକ୍ତି ବିଭାଗ ଟ୍ୱିଟ୍ କରି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଟିପିସିଏଲକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଏହି ଟ୍ୱିଟରେ ନିଜର ପ୍ରତିକ୍ରିୟା ରଖି ଟାଟା ପାୱାରକୁ ତାଗିଦ୍ କରିଥିଲେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା । ଭୁବନେଶ୍ୱରରେ ବିଦ୍ୟୁତ ସେବା ସ୍ୱାଭାବିକ ହେବାକୁ ବହୁତ ସମୟ ଲାଗୁଛି । ଏହାକୁ ତୁରନ୍ତ ଓ ଦ୍ରୁତଗତିରେ କରାଯାଉ ବୋଲି ମୁଖ୍ୟ ଶାସନ ସଚିବ ଲେଖିଥିଲେ । ତେବେ କାଳବୈଶାଖୀରେ ଏମିତି ସ୍ଥିତି ହେଲେ ବାତ୍ୟା ହେଲେ କ'ଣ ଅବସ୍ଥା ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଶ୍ନ କରିଥିଲେ ।

ଉଲ୍ଲେଖଥାଉ କି, ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହେବା ପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ରାଜଧାନୀରେ ଅଧଘଣ୍ଟା ଧରି ତାଣ୍ଡବ ରଚିଥିଲା କାଳବୈଶାଖୀ । ପ୍ରଭାବରେ ଉଡ଼ିଯାଇ ଥିଲା ସର୍କସର ଟେଣ୍ଟ । ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଥିବା ଅଜନ୍ତା ସର୍କସର ଟେଣ୍ଟ ପ୍ରବଳ ଝଡ଼ ବର୍ଷାରେ ଭାଙ୍ଗି ଯାଇଥିଲା । ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ରହିଥିଲା ।












Click it and Unblock the Notifications