ଆଜି ନିଜ ଗାଁ କେନ୍ଦୁଝର ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନିଜ ଗାଁ କେନ୍ଦୁଝର ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ। ଏଥିସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ନିଜ ଜନ୍ମମାଟିରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା। କେନ୍ଦୁଝର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ଅଛନ୍ତି।୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ୍ ପଠାଇବୁ, କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦୁଝରର ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ରାଜ୍ୟରେ ୨୪ ବର୍ଷ ହେଲା ପୂର୍ବରୁ କ୍ଷମତାରେ ରହିଥିବା ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ପୂର୍ବ ସରକାରରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ମୋହନ ମାଝୀ କହିଛନ୍ତି।

Mohan Majhi

ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ। ସମସ୍ତଙ୍କ ଠାରୁ ହିସାବ ଆଦାୟ କରାଯିବ। ଅଣଓଡ଼ିଆଙ୍କୁ କେନ୍ଦୁଝରରୁ ବିଦା କରାଯିବ। ମୁଁ ପୂର୍ବ ସରକାରଙ୍କୁ ବିରୋଧ କରିବାରୁ ମୋତେ ଲୋଭ ଦେଇ ବିଜେଡିରେ ସାମିଲ କରିବାକୁ ଚାହୁଁଥିଲେ। ହେଲେ ମୋହନ ଭାଇ ବିକାଉ ନୁହଁ, ଟିକାଉ ଥିଲେ। ଏଣୁ ଲୋକମାନେ ତାଙ୍କୁ ଆଜି ମୁଖ୍ୟ ସେବକ କରିଛନ୍ତି।

ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢ଼ୁଥିଲି। ଏଥିପାଇଁ ସରକାର ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ। ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତ୍ୱତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୁହଁ ମୋହନ ଭାଇ। ଲୋକଙ୍କ ଭଲ ପାଇବା ପାଇ ମୁଁ ମୋହନ ଭାଇ ହୋଇ ରହିବି।"

ମୋହନ ମାଝୀ ତାଙ୍କ ଭାଷଣରେ ସୁପର ଚିଫ୍‌ ମିନିଷ୍ଟର ପ୍ରସଙ୍ଗ ଉଠାଇ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, "ଯେତେ ସଭାରେ ସୁପର ଚିପ ମିନିଷ୍ଟର ଭାଷଣ ଦେବେ ଭୋଟ ସେତେ କମିବ ବୋଲି ଗୁଇନ୍ଦା ରିପୋର୍ଟ ମିଳିଥିଲା। ଗୋଡ଼ ତଳୁ ମାଟୁ ଖସୁଛି ବୋଲି ସୁପର ଚିଫ୍‌ ମିନିଷ୍ଟର ଜାଣି ପାରି ନ ଥିଲେ।" ୨୪ ବର୍ଷ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମୋହନ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପୂର୍ବତମ ମୁଖ୍ୟମନ୍ତ୍ରୀ ନଂ-୧। ମାତ୍ର ରାଜ୍ୟ କାହିଁକି ନଂ୧ ନୁହେଁ ବୋଲି ସେ ପଚାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+