Bihar Election: ବିହାରରେ ଭାଜପା ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ ବିହାର ଯାତ୍ରା କରି ପ୍ରଚାର ଶେଷ କରି ଓଡ଼ିଶା ଫେରିବେ।

ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ମାହୋଲ ସରଗରମ ହେଉଛି। ଏହି ପରିପ୍ରେକ୍ଷୀରେ ବିଜେପି ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସ୍ଥାନରେ ଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ ଏବଂ ୟୁପି, ମହାରାଷ୍ଟ୍ର, ଆସାମ, ମଧ୍ୟପ୍ରଦେଶ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି। ଏହା ସହ ଏକାଧିକ କେନ୍ଦ୍ରମନ୍ତ୍ରୀ ଏବଂ ଭୋଜପୁରୀ ଅଭିନେତାମାନେ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବାର ୩ମାସ ପରେ ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି। ଏଥିରେ ୧୦ଜଣଙ୍କୁ ଉପସଭାପତି, ୪ଜଣଙ୍କୁ ସାଧାରଣ ସମ୍ପାଦକ, ୧୦ଜଣଙ୍କୁ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହି ଟିମ୍‌ରେ କୌଣସି ସାଂସଦ, ବିଧାୟକଙ୍କୁ ପଦପଦବି ଦିଆଯାଇନି। ଏପରିକି ପୂର୍ବରୁ ଦଳର ଉପସଭାପତି ଥିବା ଗୋଲକ ମହାପାତ୍ର, ନାଉରୀ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ କୌଣସି ପଦପଦବି ମିଳିନି।

ଦଳର ଅନେକ ବରିଷ୍ଠ ନେତାଙ୍କୁ କୌଣସି ପଦପଦବି ନମିଳିବା, ସାଂସଦ ଓ ବିଧାୟକଙ୍କୁ ରାଜ୍ୟ ପଦାଧିକାରୀ ତାଲିକାରେ ସାମିଲ୍ କରାନଯିବା ନେଇ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦଳରେ ନିଷ୍ପତ୍ତି ହୋଇଛି ଯେ 'ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ'। ଅର୍ଥାତ୍ ଜଣେ ନେତାଙ୍କୁ ଗୋଟିଏ ପଦବି ମିଳିବ। ଏହି ଅାଧାରରେ ଯେଉଁମାନେ ଏବେ ପଦପଦବି ପାଇନାହାନ୍ତି ସେମାନଙ୍କୁ ଆଗକୁ ବିଭିନ୍ନ ନିଗମ, ବୋର୍ଡ ଏବଂ ଜିଲ୍ଲା ଯୋଜନା ବୋର୍ଡ‌ରେ ଥଇଥାନ କରାଯିବ। ଦଳର ଏହି ସାଙ୍ଗଠନିକ ନିଯୁକ୍ତି ପୂର୍ବରୁ ବରିଷ୍ଠ ନେତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେମାନଙ୍କୁ ଦଳୀୟ ପଦବି ନା ସରକାରୀ ପଦବି ଦରକାର ବୋଲି ପଚରାଯାଇଥିଲା। ଯେଉଁମାନେ ସରକାରୀ ପଦବି ନେବେ ବୋଲି ସହମତି ଦେଇଥିଲେ ସେମାନଙ୍କୁ ଏବେ ଦଳୀୟ ପଦବି ଦିଆଯାଇନି। ଏହି ଆଧାରରେ ବି କୌଣସି ସାଂସଦ କି ବିଧାୟକଙ୍କୁ ପଦପଦବି ଦିଆଯାଇନି। ଦଳ ଏବେ ସରକାରରେ ଥିବାରୁ କୌଣସି ସାଂସଦ, ବିଧାୟକଙ୍କୁ ପଦବି ନେଇ ଅନ୍ୟ ନେତାଙ୍କୁ ସନ୍ତୁଷ୍ଟ କରିବାକୁ ପଦବି ଦିଆଯାଇଥିବା କୁହାଯାଉଛି।

ଜଣେ ନେତାଙ୍କୁ ଗୋଟେ ପଦବି ଆଧାରରେ ବାଦ୍ ପଡ଼ିଲେ ସାଂସଦ, ବିଧାୟକ
ଗୋଲକ, ଲଳିତେନ୍ଦୁ, ନାଉରୀ ଉପସଭାପତି ତାଲିକାରୁ ବାଦ୍‌ ପଡ଼ିଲେ

ସେହିପରି ପୂର୍ବରୁ ୧୦ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏଥର ମଧ୍ୟ ୧୦ଜଣଙ୍କୁ ଉପସଭାପତି କରାଯାଇଛି। ସେମାନେ ହେଲେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋଏଲ, ବିଷ୍ଣୁ ଦାସ ପ୍ରମୁଖ। ଦଳର ୧୦ଟି ସାଙ୍ଗଠନିକ ଜିଲ୍ଲାରୁ ଜଣେ ଲେଖାଏ ବରିଷ୍ଠ ନେତାଙ୍କୁ ଉପସଭାପତି କରାଯାଇଛି। ‌ଏହାସହ ୪ଜଣ ବରିଷ୍ଠ ନେତାଙ୍କୁ ସାଧାରଣ ସମ୍ପାଦକ କରାଯାଇଛି। ପୂର୍ବରୁ ଉପସଭାପତି ଥିବା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ସାଧାରଣ ସମ୍ପାଦକ ପଦ ମିଳିଛି। ପୂର୍ବରୁ ସାଧାରଣ ସମ୍ପାଦକ ଥିବା ସାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇଙ୍କୁ ଏଥର ବି ସାଧାରଣ ସମ୍ପାଦକ ପଦବି ମିଳିଛି। ଏଥିରେ ନୂଆ ସଦସ୍ୟ ଭାବେ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକଙ୍କୁ ସାମିଲ୍ କରାଯାଇଛି। ଏହା ବି ୪ଟି ସାଙ୍ଗଠନିକ ଜିଲ୍ଲାରୁ ୪ଜଣଙ୍କୁ କରାଯାଇଛି। ସାଧାରଣ ସମ୍ପାଦକ (ସଂଗଠନ) ଥିବା ମାନସ କୁମାର ମହାନ୍ତି ବି ଏଥର ସମାନ ପଦବିରେ ରହିଛନ୍ତି।

ସେହିପରି ୧୦ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହା ବି ୧୦ଟି ସାଙ୍ଗଠନିକ ଜିଲ୍ଲାରୁ ଜଣେ ଲେଖାଏ ନେତାଙ୍କୁ। ସେମାନେ ହେଲେ ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପ୍ରୀତିପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଁସଦା, ମମତା ସିଂହ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନ। ଅଜୟ କୁମାର ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଏବଂ ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ନିଯୁକ୍ତି ମିଳିଛି।
ଏହାପରେ ଦଳର ବିଭିନ୍ନ ମୋର୍ଚ୍ଚା ଯଥା ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଏସ୍‌ଟି ମୋର୍ଚ୍ଚା, ଏସ୍‌ସି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ସମେତ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ପଦବି ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ଏହାସହ ଖୁବ୍‌ ଶୀଘ୍ର ବିଭିନ୍ନ ନିଗମ, ବୋର୍ଡ ଓ ଜିଲ୍ଲା ଯୋଜନା ବୋର୍ଡର ପଦପଦବି ପୂରଣ ହେବ ବୋଲି ଦଳୀୟ ନେତାଙ୍କୁ କୁହାଯାଇଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+