ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ

ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁର ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଟାର୍ଗେଟ ।ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ମୋହନ। ବିଜେଡିର ଗାଁକୁ କାମ, ନାରୀକୁ ସମ୍ମାନ ନାରା କେତେ କାର୍ଯ୍ୟକାରୀ କରିଛନ୍ତି ।

Mohan Majhi targeted BJD

ଗାଁକୁ ଭଲ ରାସ୍ତା ନାହିଁ, ବିକାଶମୂଳକ କାମ ନାଁରେ ଦୁର୍ନୀତି ହୋଇଛି । ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ । ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ।ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଯାଜପୁର ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନରେ ଭରପୂର ଅଞ୍ଚଳ । ଯେତିକି ଉନ୍ନତି ହେବା କଥା ସେତିକି ନାହିଁ, ଲୋକେ ଗରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଗତ ସରକାରରେ ଅବହେଳିତ ହୋଇଥିବା ଲୋକଙ୍କୁ ସୁବିଧା ମିଳିବ।

ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ। ଯାଜପୁର ବଡ଼ଚଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା। ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଘୋଷଣା କଲେ। ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଣ୍ଡ ଦେବୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ'। ଧର୍ମଶାଳ ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ ବୋଲି କହିଲେ ମୋହନ ମାଝୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+