ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ....

ଭୁବନେଶ୍ୱର : ବଲାଙ୍ଗୀର ବେଲପଡ଼ାରେ ଆୟୋଜିତ ସାଧାରଣସଭାରେ ଉଦ୍‌ବୋଧନ ଦେଇ ପୂର୍ବ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି । ବିଜେଡି କଥା କହିବାରେ ମାହିର, ହେଲେ କାମ କରିବାରେ ଶୂନ। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୪ରୁ ୨୬ ବର୍ଷ ଲାଗିଗଲା। ତଥାପି ସୁକତେଲ ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି। ୧୯୯୮ରେ ଭିତ୍ତି ପଡ଼ିଥିବା ପ୍ରକଳ୍ପ ୨୦୨୪ ପର୍ଯ୍ୟନ୍ତ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି।

ତରବରିଆ ଭାବେ ଏହାର ଉଦ୍‌ଘାଟନ କରାଗଲା, ହେଲେ ଚାଷୀ ପାଣି ପାଇଲେନି। ଘୋଡ଼ାକୁ ଘାସର ଦାୟିତ୍ବ ଦିଆଗଲେ, ଘାସ ସୁରକ୍ଷିତ ରହିବ କି? ଲୋୟର ସୁକତେଲ ନିର୍ମାଣ ପାଇଁ ଆସିଥିବା ଟଙ୍କା କୁଆଡ଼େ ଗଲା ବୋଲି କହି ବଲାଙ୍ଗୀରର ବେଲପଡ଼ାରେ ଆୟୋଜିତ ସାଧାରଣସଭାରେ ଉଦବୋଧନ ଦେଇ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୪ ବର୍ଷ ହେଲା ବଲାଙ୍ଗୀରକୁ ଅବହେଳା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାନସଭାରେ ସୁକତେଲ ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ, ହେଲେ ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନଥିଲେ।

odisha chief minister mohan majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ପ୍ରକଳ୍ପ ଟଙ୍କାରେ କୋଠା, ଫ୍ଲାଟ, ଫାର୍ମ ହାଉସ, ଗହଣା କିଣାଗଲା। କିନ୍ତୁ ଆମ ସରକାର ସେହି ଭୁଲ୍ କରିବନି। ଆମ ସରକାର ପ୍ରତିଶ୍ରୁତିବଦ୍ଧ, ଆଉ ପୂର୍ବପରି ହେବନି। ବେଲପଡ଼ା ଓ ବଲାଙ୍ଗୀରର ଜଳ ସମସ୍ୟା ଦୂର କରିବୁ। ଆଜିଠୁ ଆରମ୍ଭ ହେଲା ବଲାଙ୍ଗୀରର ବିକାଶର ଧାରା। ଆଜି ବହୁଦିନର ଆଶା ଆକାଂକ୍ଷା ପୂରଣ ହେଲା। ଅପର ଲାନ୍ଥ ଜଳସେଚନର ଶୁଭ ଦିଆଗଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+