କେତେ ପାଠ ପଢିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Mohan Majhi: ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ବିଜେପିର ବିଧାୟକଦଳ ବୈଠକରେ ମୋହନ ମାଝୀଙ୍କୁ ନେତା ଭାବେ ଚୟନ କରାଯିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଅପରାହ୍ନରେ ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହେବା ପରେ ମୋହନ ମାଝୀଙ୍କ ବିଷୟରେ ଜାଣିବା ଲାଗି ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିଛି ।
ଏକ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ମୋହନ । ସରପଞ୍ଚରୁ ରାଜନୀତି ଆରମ୍ଭ କରିଥିବା ମୋହନ ୪ ଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏବେ ସମୟ ବଦଳିବା ସହ ତାଙ୍କର ନିର୍ମଳ ଭାବମୂର୍ତ୍ତିକୁ ଦଳ ପସନ୍ଦ କରିଛି । ଏଥିଲାଗି ନୂଆ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଚୟନ କରାଯାଇଥିବା ଚର୍ଚ୍ଚା ହେଉଛି ।

କେନ୍ଦୁଝର ଜିଲ୍ଲା ର ରାଇକଳାରେ ମୋହନ ମାଝୀ ୧୯୭୨ ମସିହା ଜାନୁଆରୀ ୬ରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାମ ଗୁନାରାମ ମାଝୀ । ତାଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା ମାର୍ଣ୍ଡି । ମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳାରେ ସ୍ନାତକ । ୧୯୯୩ରେ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ଏଥିସହ ସେ ୨୦୧୧ରେ ଆଇନ ଶିକ୍ଷା(ଏଲ୍ଏଲ୍ବି) ମଧ୍ୟ ହାସଲ କରିଛନ୍ତି ।
ପ୍ରଥମେ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଥିଲେ ମୋହନ । ଶିଶୁ ମନ୍ଦିର ଗୁରୁଜୀରୁ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୯୭ରୁ ରାଇକଲାରୁ ସରପଞ୍ଚ ଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୦୦ ମସିହାରେ କେନ୍ଦୁଝର ସଦରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୪, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications