ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା; ଜବାବ ମାଗିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ନୂଆ ବିଜେପି ସରକାର ଆରମ୍ଭ ହୋଇଛି । ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି ।

ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସମୀକ୍ଷା ବେଳେ ଜାଣିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅବସର ପରେ ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ଥଇଥାନ କରାଯାଇଛି । କେଉଁ ବିଭାଗ ପ୍ରତି କିଏ ଉତ୍ତର ଦାୟୀ ତାହା ବି କାହା ପାଖରେ ଖବର ନାହିଁ । ବାହାର ସଂସ୍ଥାକୁ ବି ଦିଆଯାଇଛି ପରିଚାଳନା ଦାୟିତ୍ବ ।

କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ଭୁଶୁଡିଲା ଏହାର ଜବାବ ମାଗିବାରୁ କାହା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯୁକ୍ତିଯୁକ୍ତ ଉତ୍ତର ନ ଥିଲା। ପ୍ରଶାସନିକ ଅବ୍ୟବସ୍ଥା ଦେଖିବା ପରେ ରାଜ୍ୟରେ ଅଫିସର ସ୍ତରରେ ବ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି ।

odisha chief minister

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ ଢଙ୍ଗରେ କୌଣସି ସୂଚନା ଦେଇପାରି ନ ଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ନିର୍ଦ୍ଦିଷ୍ଟ କୋଟେରୀ କବଜାରେ ଥିଲା କ୍ଷମତା । ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ୍ ଢଙ୍ଗରେ କୌଣସି ସୂଚନା ଦେଇପାରିନଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଢିଲା ଓ ଅପାରଗ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଅଫିସର ମାନଙ୍କୁ ତାଗିଦ କରିଥିବା ସୂଚନା ମିଳିଛି ।

ସରକାର ଗଠନ ହେଉ ହେଉ ଚାଲିଛି ପ୍ରତିଶ୍ରୁତି ପୂରଣ। ଗତକାଲି ଶ୍ରୀମନ୍ଦିର ଚାରି ଦ୍ୱାର ଉନ୍ମୁକ୍ତ କରାଯାଇଥିଲା।ବାରମ୍ବାର ସଭା ମଞ୍ଚରୁ ଗ୍ୟାରେଣ୍ଟି ଦେଇଥିଲେ । ସରକାରକୁ ଆସୁ ଆସୁ ଅବିଳମ୍ବେ ପ୍ରତିଶ୍ରୁତି ପୂରଣ କରିଦେଲେ ବିଜେପି ସରକାର। ଗତକାଲି ଶ୍ରୀମନ୍ଦିର ଭିତର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶିଷ ନେଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ- କେବଳ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+