କଟକର ବଭିନ୍ନ ଦୁର୍ଗା ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

କଟକ: ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରା ରାଜ୍ୟ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତ କରି ସେଠି ପୂଜାମଣ୍ଡପ ବୁଲୁଛନ୍ତି। କିଛି ସମୟ ତଳେ ମୁଖ୍ୟମନ୍ତ୍ରୀ କଟକ ଅଭିମୁଖେ ବାହାରି ପ୍ରଥମେ ପ୍ରତାପନଗରୀଠାରେ ପୂଜାମଣ୍ଡପରେ ମା'ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସେ ଏଠାରେ ମା'ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଛନ୍ତି।

ଏଥିସହ ଲୋକଙ୍କ ସହ ସେ ଫଟୋ ଉଠାଇଛନ୍ତି। ଏଥିସହ ଲୋକଙ୍କ ସହ କରମର୍ଦ୍ଦନ କରିଥିବାର ପରିଲକ୍ଷିତ ହୋଇଛି। ଏମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରତାପନଗରୀ ପୂଜାକମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରେ ପାଇ ଲୋକେ ଖୁବ୍ ଖୁସି ପ୍ରକାଶ କରିଛନ୍ତି। ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।

mohan charan majhi

ଏଠାରୁ ସେ ଗୋପାଳପୁର, ଚାଉଳିଆଗଞ୍ଜ ଖାନନଗର ଆଦି ୩୩ଟି ପୂଜାମଣ୍ଡପ ବୁଲିବେ। ମୁଖ୍ୟମନ୍ତ୍ରୀ ଖାନନଗର ପୂଜାମଣ୍ଡପକୁ ଯିବେ। ସେଠାରେ ମା'ଙ୍କ ଦର୍ଶନ କରିବା ସହ କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍ ଖାଇବେ। ଅନ୍ୟପଟେ ଗତକାଲି ପବିତ୍ର ଅଷ୍ଟମୀ ଉପଲକ୍ଷେ ବଡ ଘୋଷଣା କଲେ ରାଜ୍ୟ ସରକାର । ଭୁବନେଶ୍ୱର ସହିତ ସାରା ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ପାଇଁ ଭଡା ଛାଡ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଶାରଦୀୟ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+