୨୪ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୨୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଫଳରେ ଆସନ୍ତାକାଲି ସକାଳ ଯାଏଁ ୨୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି।
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଫଳରେ ଆସନ୍ତାକାଲି ସକାଳ ଯାଏଁ ୨୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ ମାଲକାନଗିରି ଭଳି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତବନୀ ଦେଇଛି ପାଣିପାଗ ବିଭାଗ।

ଏପଟେ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି ଜିଲ୍ଲାର କୋରକଣ୍ଡା ଓ ଏମ୍ଭି-୩୭ ପୋଲ ଉପରେ ପାଣି କମୁଥିବାବେଳେ ପୋଟେରୁ, କାଙ୍କରିକୁଣ୍ଡା ଅଞ୍ଚଳରେ ପାଣି ବଢୁଛି। ମାଲକାନଗିରିରୁ ମୋଟୁକୁ ଏବଂ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି।
ସେହିପରି ପୁରୀ, ବୌଦ୍ଧ, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦୁଝର, ରାୟଗଡ଼ା, ଗଜପତି, ବାଲେଶ୍ବର, ନୂଆପଡ଼ା, ନବରଙ୍ଗପୁର, ଅନୁଗୁଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୮ରୁ ୧୯ ତାରିଖ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ଅନୁଗୁଳ, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରହିଛି।












Click it and Unblock the Notifications