ରାତି ପାହିଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ,ଚଂଳଚଂଚଳ ଗାଁଠୁ ସହର

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ରାତି ପାହିଲେ ନୂଆଖାଇ ପାଳିବେ ପଶ୍ଚିମ ଓଡିଶାବାସୀ । ସେହିପରି କାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କର ନିକଟରେ ନବାନ୍ନ ମଧ୍ୟ ଲାଗି ହେବ। ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ଧରିତ୍ରୀ ମା' କୋଳରୁ ଉତ୍ପାଦିତ ଅନ୍ନକୁ ଦେବୀ ଦେବତାମାନଙ୍କ ନିକଟରେ ପ୍ରଥମେ ସମର୍ପଣ କରିବା ପରେ ନୂତନ ଅନ୍ନକୁ ସପରିବାର ଭୋଜନ କରିବାର ପରମ୍ପରାକୁ ନୂଆଖାଇ ବୋଲି ଅଭିହିତ କରାଯାଇଛି। ନୂଆଖାଇ ସୃଷ୍ଟିର ଆଦ୍ୟ ଗଣପର୍ବ ବୋଲି କୁହାଯାଏ।

Odisha celebrates Nuakhai

ପଶ୍ଚିମ ଓଡିଶାରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ଦୁଃଖି ରଙ୍କିଠାରୁ ଆରମ୍ଭ କରି ଧନବାନ୍‍ ଏହି ପର୍ବକୁ ପାଳନ କରିଥାନ୍ତି। ଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରୁଥିବା ଏହି ପର୍ବ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହିତ ଶ୍ରଦ୍ଧା, ସମ୍ମାନ, ଭାଇଚାରା ଭାବନାକୁ ସମୃଦ୍ଧ କରିଆସୁଛି। ଯିଏ ଯେତେଏ ଦୂରରେ ଥାଉ ନା କାହିଁକି ନୂଆଖାଇର ଡାକରାରେ ନିଜ ଜନ୍ମମାଟିକୁ ଫେରି ଆସେ।

ଧୂମଧାମରେ ପାଳ ହୁଏ ଗଣପର୍ବ ନୂଆଖାଇ ଅବସରରେ ପୂରା ପରିବାର ଏକତ୍ରିତ ହୋଇଥାନ୍ତି। ଏହାକୁ ଧୁମଧାମରେ ପାଳନ କରିବାକୁ ଗାଁଠୁ ସହର ଚାରିଆଡ଼େ ଜୋରସୋର ପ୍ରସ୍ତୁତି ଚାଲିଥାଏ । ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରୁଛନ୍ତି। ଏଥିପାଇଁ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଛି। ଏହାବାଦ ନୂତନ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ମଧ୍ୟ ଅସମ୍ଭବ ଗହଳି ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+