କୋଭିଡ କଟକଣା ମଧ୍ୟରେ ଏଥର ବି 'ରଜ ମଉଜ', ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସାରା ରାଜ୍ୟରେ ଜାରି ରହିଛି କରୋନା ଜନିତ ଲକଡାଉନ କଟକାଣା । ଏହାରି ମଧ୍ୟରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳିତ ହେଉଛି ଓଡିଶାର ପ୍ରସିଦ୍ଧ ପର୍ବ ରଜ । ବାହାରେ ଲକଡାଉନ ଜାରି ରହିଥିବା ବେଳେ ପରମ୍ପରା ପାଳିବାକୁ ଘରେ ରହି ପାଳନ କରାଯାଉଛି ରଜ ।
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ॥

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କରୋନା ଜନିତ ଲକଡାଉନ କଟକାଣା । ଏହାରି ମଧ୍ୟରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳିତ ହେଉଛି ଓଡିଶାର ପ୍ରସିଦ୍ଧ ପର୍ବ ରଜ । ବାହାରେ ଲକଡାଉନ ଜାରି ରହିଥିବା ବେଳେ ପରମ୍ପରା ପାଳିବାକୁ ଘରେ ରହି ପାଳନ କରାଯାଉଛି ରଜ ।

ପିଠାପଣା ସାଙ୍ଗକୁ ରଜପାନରେ ମହକିବ ପରିବେଶ । ନୂଆ ପୋଷାକ ପିନ୍ଧି, ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ଦୋଳିରେ ଝୁଲିବା ସହ ଖେଳିବେ ଝିଅ ଓ ବୋହୂ । ଘରେ ଘରେ ସ୍ୱତନ୍ତ୍ର ପୋଡପିଠା ସାଙ୍ଗକୁ ମଣ୍ଡା, ଏଣ୍ଡୁରୀ, ଚକୁଳି ଓ ନାନାଦି ମିଠା ପ୍ରସ୍ତୁତି ହେଉଛି । କରୋନା ପାଇଁ ବାହାରେ ରଜ ପାଳିବାକୁ ବାରଣ କରାଯାଇଥିବାରୁ ଘର ଭିତରେ ଘରଲୋକଙ୍କ ସାଥିରେ କଟକଣା ଭିତରେ ରଜ ପାଳୁଛନ୍ତି ଲୋକେ ।
ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା। କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ। ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ। pic.twitter.com/V2b9Ov0UFt
— Naveen Patnaik (@Naveen_Odisha) June 14, 2021
ଅପରପକ୍ଷରେ ଓଡ଼ିଆଙ୍କ ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟବାସୀ ବିଶେଷକରି ମା' ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥












Click it and Unblock the Notifications