ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସି ସରୁଛି ପ୍ରଚାର
Lok Sabha Election 2024: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ଶେଷ ଦିନରେ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ବହୁ ହେବି ୱେଟ୍ ନେତା ତଥା ଦଳର ଷ୍ଟାର ପ୍ରଚାରକ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ତଳୀରେ ପ୍ରଚାର କରିବେ । ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର ।
ଦ୍ୱିତୀୟ ପର୍ଯ୍ୟାୟର ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ଼ ଆସନ ସହ ବିଧାନସଭା ଆସନ ଗୁ଼ଡିକରେ ମତଦାନ ହେବ । ତେବେ ଏହି ୩୫ଟି ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଦୁଇଟି ବିଧାନସଭା ଆସନ କଣ୍ଟାବାଞ୍ଜି ଏବଂ ହିଞ୍ଜିଳି ରିହିଛି ।

ତେବେ ଆସନ୍ତା ୨୦ ତାରିଖ ଦିନ ବହୁ ହେବି ୱେଟ୍ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା ଯଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜୁଏଲ ଓରାମ, ନିରଞ୍ଜନ ପୁଜାରୀ, ଦିଲ୍ଲୀପ ରାୟ, ପ୍ରଦାପ ଅମାତ, ସଂଗୀତା ସଂଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀଙ୍କ ପରି ନେତାଙ୍କ ପରି ପ୍ରାର୍ଥୀ ରହିଛନ୍ତି ।












Click it and Unblock the Notifications