ଏଣିକି ଗାଁରେ ହେବ ଜମିବାଡ଼ି ମାମଲାର ଫୈସଲା, ତହସିଲରେ ଆରମ୍ଭ ହେବ କ୍ୟାମ୍ପ କୋର୍ଟ
ଏଣିକି ଗାଁରେ ହେବ ଜମିବାଡ଼ି ମାମଲାର ଫୈସଲା । ଏଥିପାଇଁ ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ
ଭୁବନେଶ୍ବର: ଏଣିକି ଗାଁରେ ହେବ ଜମିବାଡ଼ି ମାମଲାର ଫୈସଲା । ଏଥିପାଇଁ ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜସ୍ଵ କ୍ଷେତ୍ର ଅଧିକାରୀ ତଥା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ଆସନ୍ତା ୧୫ତାରିଖରୁ ଏହା ପୁଣିଥରେ ଆରମ୍ଭ ହେବ ।

ପ୍ରତି ମାସରେ ପ୍ରତ୍ୟେକ ତହସିଲଦାର/ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନସ୍ଥ ପ୍ରତ୍ୟେକ ଗ୍ରାମ ଗସ୍ତ କରି ବିଭିନ୍ନ ରାଜସ୍ବ ମାମଲାର ଫଇସଲା କରିପାରିବେ। ପ୍ରତି ଡିଭିଜନର ରାଜସ୍ବ ଆୟୁକ୍ତଙ୍କୁ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସାପ୍ତାହିକ ସମୀକ୍ଷା ବୈଠକରେ ସଚେତନ କରାଯାଇଛି । ଏହାପରେ ପ୍ରତ୍ୟେକ ଜିଲ୍ଲାର ନୋଡାଲ ଅଫିସରଙ୍କୁ ତହସିଲ ଅଫିସର କ୍ୟାମ୍ପ କୋର୍ଟ ଉପରେ ସ୍ବତନ୍ତ୍ର ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି । ରାଜସ୍ବ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି । ରାଜସ୍ବ ରଥ ମାଧ୍ୟମରେ ବିଭାଗ ପକ୍ଷରୁ ପ୍ରାୟ ୧ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ପ୍ରତ୍ୟେକ ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ ରୁ ୩ ଦିନ ସେମାନଙ୍କ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ ଅଫିସ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପକୋର୍ଟ କରିବାରେ ଅବହେଳା ହେଲେ ରାଜସ୍ବ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications