Get Updates
Get notified of breaking news, exclusive insights, and must-see stories!

ମନ୍ତ୍ରିମଣ୍ଡଳ ଅଦଳବଦଳ: ଦୀପାଳିଙ୍କୁ ମିଳିବ କି ମନ୍ତ୍ରୀ ପଦ ? ପ୍ରମିଳା କହିଲେ, ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ…

Odisha Cabinet Reshuffle: ଖୁବଶୀଘ୍ର ଗଠିତ ହେବ ନୂଆ ମନ୍ତ୍ରିମଣ୍ଡଳ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ଟିମ୍ ଗଢିବେ ନବୀନ । କେବେ କିଏ ଟିମରେ ହେବେ କିଏ ହେବେ ନୂଆ ମୁହଁ ? ଏନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।

ତେବେ ସବୁଠାରୁ ଯାହାଙ୍କ ନାମ ବେଶୀ ଚର୍ଚ୍ଚା ହେଉଛି ସେ ହେଲେ ଦୀପାଳି ଦାସ । ଶନିବାର ଝାରସୁଗୁଡ଼ା ନିର୍ବାଚନ ଫଳାଫଳରେ ବିପୁଳ ବିଜୟ ହାସଲ କରିବା ପରେ ଆଜି ବିଧାୟିକା ଭାବେ ଶପଥ ନେଇଛନ୍ତି ଦୀପାଳି । ଇତି ମଧ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେବେ ଯାହାକୁ ଚାହିଁବେ ସେ ମନ୍ତ୍ରୀ ହେବ ।

Odisha Cabinet Reshuffle

ସେପେଟେ ଦୀପାଳି ଦାସଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ନେଇ ରାଜନୈତିକ ସମୀକ୍ଷକମାନେ ସଷ୍ଟ ଗନ୍ଧ ବାରିଲେଣି । ସେଥିପାଇଁ ନବୀନ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏପରି ଇସ୍ତଫା କରାଇଛନ୍ତି ବୋଲି କୁହାଯାଉଛି ।

ଉଲ୍ଲେଖଥାଉ କି, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ । ଝାରସୁଗୁଡା ଉପନିର୍ବାଚନ ପ୍ରଚାରେ ଖୋଦ ବିଜେଡ଼ି ସୁପ୍ରିମୋ ମଧ୍ୟ ଦୀପାଳିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଅନ୍ୟପଟେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ମଧ୍ୟ ଦୀପାଳିଙ୍କୁ ମନ୍ତ୍ରୀ ପଦ ଦେବା ନବୀନ ନୂଆ ଷ୍ଟ୍ରେଟେଜି ବୋଲି କୁହାଯାଉଛି । ଅନ୍ୟପଟେ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଦୀପାଳିଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଚାଲିଛି ।

ସୂଚନାଥାଉ କି, ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+