Get Updates
Get notified of breaking news, exclusive insights, and must-see stories!

ଆଜି ସକାଳ ୯ଟା ୫୦ରେ ଶପଥ ନେବେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ବର: ଶେଷ ହୋଇଛି ସମସ୍ତ କଳ୍ପନାଜଳ୍ପନା । ଆଜି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ । ଲୋକସେବା ଭବନର କନଭେନସନ ସେଣ୍ଟରରେ ସକାଳ ୯ଟା ୫୦ ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଶପଥ ଉତ୍ସବ ରାଜଭବନରେ ନ ହୋଇ ଲୋକସେବା ଭବନ ପ୍ରେକ୍ଷାଳୟରେ ହେବ ।

Odisha Cabinet Reshuffle

ନୂଆ ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ ଆରୁଖ, ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି । ଏହି ତିନି ଜଣଙ୍କ ନାମରେ ଗତକାଲି ମୋହର ବାଜିଛି । ଗତକାଲି (ରବିବାର) ଅପରାହ୍ନରେ ନବୀସ ନିବାସରୁ ଏହି ତିନି ବିଧାୟକଙ୍କୁ ଫୋନ କଲ ଯାଇଛି । ତେବେ କାହାକୁ କେଉଁମନ୍ତ୍ରୀ ପଦ ମିଳିବ, ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଗତ ଶୁକ୍ରବାର ମନ୍ତ୍ରୀମଣ୍ଡଳରୁ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଦେଇଥିଲେ ଇସ୍ତଫା । ସେହିପରି ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି । ତେଣୁ ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ୩ଟି ସ୍ଥାନ ଖାଲି ରହିଛି । ତେଣୁ ସ୍ବାସ୍ଥ୍ୟ, ଗଣଶିକ୍ଷା ଓ ଶ୍ରମ ବିଭାଗ ଭଳି ତିନି ବିଭାଗକୁ ତିନି ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟା ଯିବ ।

ଗତକାଲି ହରିୟାଣା ଗସ୍ତ ସାରି ଓଡିଶା ଫେରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ଛୁଟିରେ ଥିବାରୁ ମନ୍ତ୍ରୀମଣ୍ଡଳ ପୁର୍ନଗଠନରେ ବିଳମ୍ୱ ହୋଇଥିଲା । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବୋଲି କୁହାଯାଉଛି ।

ସୂଚନାଥାଉ କି, ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+