କାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ: ଆଜି ଅପରାହ୍ଣରେ ଆସିପାରେ ଫୋନ୍ କଲ୍
ଭୁବନେଶ୍ବର: ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ । କାଲି ଲୋକସେବା ଭବନର କନଭେନସନ ସେଣ୍ଟରରେ ସକାଳ ୯ଟା ୫୦ ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ହେବ । ଏ ନେଇ ମୁଖ୍ୟ ଶାସନ ସଚିବ କେତେକ ବିଭାଗକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏହି ଶପଥ ଉତ୍ସବ ରାଜଭବନରେ ନ ହୋଇ ଲୋକସେବା ଭବନ ପ୍ରେକ୍ଷାଳୟରେ ହେବ ।
ତେବେ ହେର୍ଡକ୍ୱାର୍ଟର ନ ଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବିଜେଡି ବିଧାୟକଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି । ସୂଚନା ଅନୁସାରେ ଅପରାହ୍ଣ ୩ଟା ପରେ ବିଧାୟକ ଓ ମନ୍ତ୍ରୀଙ୍କୁ ଫୋନ୍ କଲ ଆସିପାରେ । କାହାକୁ ନୂଆ ମନ୍ତ୍ରୀ ପଦ ମିଳିବ ଓ ଆଉ କିଏ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବ, ତାକୁ ନେଇ ନେତାଙ୍କ ଛାତି ଧଡପଡ ହେବାରେ ଲାଗିଛି ।

ଆଜି ହରିୟାଣା ଗସ୍ତ ସାରି ଓଡିଶା ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳ ଛୁଟିରେ ଥିବାରୁ ମନ୍ତ୍ରୀମଣ୍ଡଳ ପୁର୍ନଗଠନରେ ବିଳମ୍ୱ ହୋଇଥିଲା । ଏବେ ଗଣେଶୀଲାଲ ଆଜି ଭୁବନେଶ୍ୱର ଆସୁଥିବାରୁ ସୋମବାର ସକାଳେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେବ । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବୋଲି କୁହାଯାଉଛି ।
ତେବେ କାହାକୁ ମିଳିବ ନୂଆ ମନ୍ତ୍ରୀ ପଦ । କାହାର ବିଭାଗ ବଦଳିବ । କେଉଁ କେଉଁ ମନ୍ତ୍ରୀ ଶପଥ ନେବେ । ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାର ମନ୍ତ୍ରୀମଣ୍ଡଳରୁ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଦେଇଥିଲେ ଇସ୍ତଫା । ସେହିପରି ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି । ତେଣୁ ୩ଜଣ ମନ୍ତ୍ରୀମଣ୍ଡଳରେ ସାମିଲ୍ ହୋଇ ପାରିବେ। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ ।
ତେବେ କିଏ କିଏ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ଦୀପାଳି ଦାସ , ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ପୁରୀ ଜିଲ୍ଲାରୁ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ନାଁକୁ ନେଇ ବି ପାୱାର କରିଡରେ ଚର୍ଚ୍ଚା ହେଉଛି । ଏସବୁ ବାହାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।
ତେବେ ସବୁଠାରୁ ଯାହାଙ୍କ ନାମ ବେଶୀ ଚର୍ଚ୍ଚା ହେଉଛି ସେ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ନିର୍ବାଚନ ଫଳାଫଳରେ ବିପୁଳ ବିଜୟ ହାସଲ କରିବା ପରେ ବିଧାୟିକା ଭାବେ ଶପଥ ନେଇଛନ୍ତି ଦୀପାଳି । ଦୀପାଳିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ନେଇ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ସେଥିପାଇଁ ନବୀନ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏପରି ଇସ୍ତଫା କରାଇଛନ୍ତି ବୋଲି କୁହାଯାଉଛି । ତେବେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ମଧ୍ୟ ଦୀପାଳିଙ୍କୁ ମନ୍ତ୍ରୀ ପଦ ଦେବା ନବୀନ ନୂଆ ଷ୍ଟ୍ରେଟେଜି ବୋଲି କୁହାଯାଉଛି । ଅନ୍ୟପଟେ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଦୀପାଳିଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଚାଲିଛି ।
ସୂଚନାଥାଉ କି, ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications