Get Updates
Get notified of breaking news, exclusive insights, and must-see stories!

ମନ୍ତ୍ରୀମଣ୍ଡଳ ଅଦଳବଦଳ: ନୂଆ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ ?

ଭୁବନେଶ୍ବର: ନୂଆ ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଆଜି ନୂଆ କରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ତିନି ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି ।

ତିନି ନୂଆ ମନ୍ତ୍ରୀଙ୍କୁ ବିଭାଗ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଥିବା ବିକ୍ରମ ଆରୁଖଙ୍କୁ ମିଳିଛି଼ ଅର୍ଥ ବିଭାଗ ଦାୟିତ୍ବ । ସେହିପରି ସୁଦାମ ମାରାଣ୍ଡିଙ୍କୁ ମିଳିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଶେଷରେ ସାରଦା ନାୟକଙ୍କୁ ମିଳିଛି ଶ୍ରମ ବିଭାଗ ଦାୟିତ୍ୱ ।

Odisha Cabinet Reshuffle

ସୂଚନାଥାଉ କି, ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ସକାଳ ୯ଟା ୫୦ ରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି । ରାଜ୍ୟପାଳ ପ୍ରଫେସର ଗଣେଶୀ ତିନି ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମୟରେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।

ଉଲ୍ଲେଖଥାଉ କି, ଗତ ୧୨ ତାରିଖ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ବାଚସ୍ପତି ପଦରୁ ମଧ୍ୟ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ଅନ୍ୟପଟେ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଥିଲା । ତେଣୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଖାଲି ରହିଥିବା ସ୍ବାସ୍ଥ୍ୟ, ଗଣଶିକ୍ଷା ଓ ଶ୍ରମ ବିଭାଗ ଭଳି ତିନି ବିଭାଗକୁ ତିନି ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟାଯାଇଛି ।

ଏହା ପୂର୍ବରୁ ଅତିରିକ୍ତ ଭାବେ ଏହି ତିନି ବିଭାଗର ଦାୟିତ୍ୱ ଅନ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । ଅର୍ଥ ବିଭାଗ ସମ୍ଭାଳୁଥିବା ନିରଞ୍ଜନ ପୂଜାରୀଙ୍କୁ ନବ ଦାସଙ୍କ ପରଲୋକ ପରେ ଅତିରିକ୍ତ ଭାବେ ସ୍ବାସ୍ଥ୍ୟ ବିଭାଗ ମିଳିଥିଲା । ତେବେ ବର୍ତ୍ତମାନ ଅର୍ଥ ବିଭାଗ ଦାୟିତ୍ୱ ବିକ୍ରମ କେଶରୀ ଆରୁଖଙ୍କ ପାଖକୁ ଆସିଛି । ତେଣୁ ଏହେ ନିରଞ୍ଜନ ସମ୍ଭାଳିବେ କେବଳ ସ୍ୱାସ୍ଥ୍ୟ ବିଭାଗ ।

ସେହିପରି ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ଅତିରିକ୍ତ ଭାବେ ଗଣଶିକ୍ଷା ଓ ଶ୍ରମ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ହୋଇଛନ୍ତି ସୁଦାମ ମାରାଣ୍ଡି ଓ ଶ୍ରମ ମନ୍ତ୍ରୀ ହୋଇଛନ୍ତି ଶାରଦା ନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+