Odisha Cabinet: ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୧୦ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ପନିପରିବା ନଷ୍ଟ ନହେବା ପାଇଁ ଶୀତଳ ଭଣ୍ଡାର ଖୋଲିବା ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଶୀତଳ ଭଣ୍ଡାର ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।
ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ଟ୍ରାନ୍ସଜେଣ୍ଡର, ମହିଳା ହିତାଧିକାରୀଙ୍କ ପାଇଁ ନୂତନ ଶୀତଳ ଭଣ୍ଡାର ପାଇଁ ସ୍ଥାୟୀ ପୁଞ୍ଜି ନିବେଶ ପାଇଁ ୪ଟି ସ୍ଲାବ୍ରେ ସବସିଡ୍ ସୁବିଧା ରହିଛି। ୬୦ ପ୍ରତିଶତ ଅବା ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ସବସିଡ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ସାଧାରଣ ବର୍ଗଙ୍କର ନିବେଶ ଖର୍ଚ୍ଚର ୫୦ ପ୍ରତଶିତ ଅବା ସର୍ବାଧିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପ୍ରଦାନ କରାଯିବାର ଯୋଜନା ରହିଛି । ଶୀତଳ ଭଣ୍ଡାର ୟୁନିଟ ଗୁଡ଼ିକୁ ଏପିସି କ୍ଲଷ୍ଟର ସହ ସଲଗ୍ନ କରାଯିବ ।
ଶୀତଳ ଭଣ୍ଡାର ସ୍ଥାପିତ ଅଞ୍ଚଳରେ କୃଷି ଉତ୍ପାଦନ କ୍ଲଷ୍ଟର ସ୍ଥାପନ କରାଯିବ । ଏହି ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ଲାଗି ଆକଳନ କରାଯାଇଛି। ଏହି ଯୋଜନାରେ ୨୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications