‍ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଫଟୋରେ ଜାଣନ୍ତୁ

ଶପଥ ନେବାର ୪ ଦିନ ପରେ ରାଜ୍ୟରେ ମନ୍ତ୍ରୀ ମାନଙ୍କ ମଧ୍ୟ ବିଭାଗ ବଣ୍ଟାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ପାଖରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ।

cabinet minister

ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୨ଜଣ(ବିଧାନସଭା ସଦସ୍ୟଙ୍କ ୧୫ପ୍ରତିଶତ) ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଜେପି ନିଜର ମନ୍ତ୍ରିମଣ୍ଡଳର ସଂଖ୍ୟାକୁ ୧୬ଜଣଙ୍କ ମଧ୍ୟରେ ସୀମିତ ରଖିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ୬ଟି ବିଭାଗକୁ ନିକଟ ଭବିଷ୍ୟତରେ ଆଉ କିଛି ମନ୍ତ୍ରୀଙ୍କୁ ସାମିଲ କରି ଅନ୍ୟ କାହାକୁ ଆବଣ୍ଟନ କରାଯାଇପାରେ ବୋଲି ଜଣାପଡ଼ିଛି ।

cabinet minister

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସହ ଶକ୍ତି ବିଭାଗ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ମିଳିଛି ।

cabinet minister

କ୍ୟାବିନେଟ୍ ମନ୍ତ୍ରୀ

ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ
ରବିନାରାୟଣ ନାଏକ - ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ
ନିତ୍ୟାନନ୍ଦ ଗଣ୍ଡ- ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି-ଜନଜାତି-ସଂଖ୍ୟାଲଘୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
ପୃଥ୍ୱୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ ଓ ଅବକାରୀ
ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି
ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)

ଗଣେଶରାମ ସିଂ ଖୁଣ୍ଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
ପ୍ରଦୀପ ବଳ ସାମନ୍ତ- ସମବାୟ, ହସ୍ତତନ୍ତ-ବୟନଶିଳ୍ପ ଓ ହସ୍ତଶିଳ୍ପ
ଗୋଲକଚନ୍ଦ୍ର ମଲ୍ଲିକ- ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଏମଏସଏମଇ
ସମ୍ପଦ ଚନ୍ଦ୍ର ସ୍ୱାଇଁ - ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

cabinet minister
cabinet minister
cabinet minister
cabinet minister
cabinet minister
cabinet minister
cabinet minister
cabinet minister
cabinet minister
cabinet minister

cabinet minister

cabinet minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+