ଆଜି ବସିବ ନୂଆ ମନ୍ତ୍ରୀମଣ୍ଡଳର ପ୍ରଥମ ମନ୍ତ୍ରୀପରିଷଦ ବୈଠକ
ଆଜି ବସିବ ନୂଆ ମନ୍ତ୍ରୀମଣ୍ଡଳର ପ୍ରଥମ ମନ୍ତ୍ରୀପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଞ୍ଚମପାଳିର ଦ୍ବିତୀୟ ଦଫାରେ ଶପଥ ନେଇଥିବା ନୂତନ ମନ୍ତ୍ରୀଗଣଙ୍କୁ ରାଜ୍ୟର ବିକାଶ ପାଇଁ ଗୁରୁମନ୍ତ୍ର ଦିଆଯିବ।
ଭୁବନେଶ୍ବର: ଆଜି ବସିବ ନୂଆ ମନ୍ତ୍ରୀମଣ୍ଡଳର ପ୍ରଥମ ମନ୍ତ୍ରୀପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପଞ୍ଚମପାଳିର ଦ୍ବିତୀୟ ଦଫାରେ ଶପଥ ନେଇଥିବା ନୂତନ ମନ୍ତ୍ରୀଗଣଙ୍କୁ ରାଜ୍ୟର ବିକାଶ ପାଇଁ ଗୁରୁମନ୍ତ୍ର ଦିଆଯିବ। ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ନୂତନ ମନ୍ତ୍ରିମଣ୍ଡଳର ଏହି ପ୍ରଥମ ମନ୍ତ୍ରିପରିଷଦ ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ୨୧ ମନ୍ତ୍ରୀ । ଆଗାମୀ ୨ ବର୍ଷରେ ସରକାରଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା ହେବ । ମନ୍ତ୍ରୀମାନଙ୍କ ପାଇଁ ନିଜ ନିଜ ବିଭାଗର ଆଗାମୀ ୨ବର୍ଷର କାର୍ଯ୍ୟ ଉପରେ ହୋଇପାରେ ଆଲୋଚନା । ପୂର୍ଣ୍ଣାଙ୍ଗ ବଜେଟ ଜୁଲାଇ ୨ରେ ଉପସ୍ଥାପନ ହେବ । ପୂର୍ଣ୍ଣାଙ୍ଗ ବଜେଟ ଉପରେ ଆଲୋଚନା ହୋଇପାରେ । ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ ।












Click it and Unblock the Notifications