ଆଜି ରାଜ୍ୟ କ୍ୟାବିନେଟ ବୈଠକ, ୧୨ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର
ଆଜି ବସିବ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ବସିବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ।
ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ । ବସିବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ । ଭର୍ଚୁଆଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହେବ ।

ବୈଠକରେ ରାଜ୍ୟରେ ଭିତ୍ତିଭୂମିର ବିକାଶ, କ୍ରୀଡା ଭିତ୍ତିଭୂମିର ଉନ୍ନୟନ ଓ କ୍ୟାଡର ରୁଲ୍ ସଂଶୋଧନ ସମ୍ପର୍କିତ ପ୍ରସ୍ତାବ ଆସିପାରେ। ସେହିପରି ସ୍ମାର୍ଟ ହେଲ୍ ଥ କାର୍ଡ ପ୍ରଦାନ ନିଷ୍ପତ୍ତି ଉପରେ ମଧ୍ୟ ମୋହର ଲାଗିପାରେ । ନିଯୁକ୍ତି ସର୍ତ୍ତାବଳୀ, ନଗର ଉନ୍ନୟନ ବିଭାଗର କିଛି ଏଜେଣ୍ଡା ଓ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ ମିଳିବ ବୋଲି ସୂଚନା ରହିଛି । ପୂର୍ତ୍ତ ବିଭାଗର କିଛି ପ୍ରକଳ୍ପ ଉପରେ ମଧ୍ୟ ମୋହର ବାଜିବ ।
ସେପେଟ ଭାରତୀୟ ହକି ଦଳର ଅଲିମ୍ପିକ୍ସରେ ସଫଳତା ପରେ ରାଜ୍ୟ ସରକାର କ୍ରୀଡ଼ା ସଂପର୍କିତ ଏକ ବଡ଼ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି ।












Click it and Unblock the Notifications