ଏଣିକି ୨ ହଜାର ମାର୍କର ହେବ OAS ପରୀକ୍ଷା, କ୍ୟାବିନେଟ ବୈଠକରେ ବାଜିଲା ମୋହର
ଆଜି ବସିଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୮ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।
ଭୁବନେଶ୍ବର: ଆଜି ବସିଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ୮ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

ତନ୍ମମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୧୯୯୧ ରୁଲରେ ସଂଶୋଧନ ହୋଇଛି । ପୂର୍ବରୁ ୨୨୫୦ ମାର୍କର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ହେଉଥିବା ବେଳେ ଏବେ ୨୦୦୦ ମାର୍କର ପରୀକ୍ଷା ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ବେଙ୍ଗାଲୁରୁରୁ ଫେରି ଅପରାହ୍ନ ନବୀନ ନିବାସରୁ ଭିସି ଜରିଆରେ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ।












Click it and Unblock the Notifications