ଆସନ୍ତା ମଙ୍ଗଳବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି। ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବାରୁ ଲୋକସେବା ଭବନରେ ପୂର୍ବାହ୍ନ ୧୦ ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି। ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବାରୁ ଲୋକସେବା ଭବନରେ ପୂର୍ବାହ୍ନ ୧୦ ଘଟିକାରେ ଏହି ବୈଠକ ଅନୁଷ୍ଠିତ ହେବ।

ତେବେ ବିଧାନସଭା ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ଉକ୍ତ ଦିନ ସାର୍ବଜନିନ କରାଯିବ ନାହିଁ। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିପାରେ ।
ଉଲ୍ଲେଖଥାଉ କି, ଜାରି ରହିଛି ବିଧାନସଭା ମୌସୁମୀ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ । ମୌସୁମୀ ଅଧିବେଶନ ଭିତରେ କ୍ୟାବିନେଟ ବୈଠକ ବସୁଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିବା ନେଇ ଆଶା କରାଯାଉଛି ।












Click it and Unblock the Notifications