ରାଜ୍ୟ କ୍ୟାବିନେଟ୍ ବୈଠକ: ମିଳିଲା ୧୪ ପ୍ରସ୍ତାବକୁ ମଞ୍ଜୁରୀ, ମହାନଦୀରେ ନିର୍ମାଣ ହେବ ଆଉ ଏକ ସେତୁ
Odisha Cabinet Meeting: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ମୋଟ୍ ୧୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ନେଇ ସୂଚନା । ନିର୍ବାଚନ ତାରିଖ ଘୋଷଣା ତଥା ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଞ୍ଚମ ପାଳିର ଏହା ଥିଲା ଶେଷ କ୍ୟାବିନେଟ୍ ବୈଠକ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍ ବୈଠକ ।

ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ୬ଟି ପ୍ରସ୍ତାବକୁ ମଞ୍ଜୁର ମିଳିଛି । ମହାନଦୀରେ ଆଉ ଏକ ସେତୁ ନିର୍ମାଣ ହେବ । ଚନ୍ଦ୍ରଶେଖରପୁରରେ ଆଉ ଏକ ଯାଦବ ଭବନ ହେବ । ଉତ୍କଳ ଯାଦବ ମହାସଭାରେ ୫ କୋଟି ୬୦ ଲକ୍ଷ ପ୍ରିମିୟମ ଛାଡ ହେବା ସହ ରାଜ୍ୟର ୬୨ ହଜାର ହେକ୍ଟର ଚାଷ ଜମିରେ ୧୮୬୦କିମି କରନାଳୀ ପୁନଃନିର୍ମାଣ ପାଇଁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ । ଜଳସେଚନ ଅଞ୍ଚଳରେ ପୁରୁଣା କେନାଲର ନବୀକରଣ କରାଯିବ । ସେହିପରି ଚାଉଳିଆଗଞ୍ଜରେ କରାଯିବ ଡିଏଭି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ ।
ସେହିପରି ସାଲେପୁପ ବ୍ଲକ ବ୍ରାହ୍ମଣଖଣ୍ତ-ସାହୁଖେଚ ରାସ୍ତାରେ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ହେବ । ଏଥି ପାଇଁ ମୋଟ୍ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବା ସହ ୩ ବର୍ଷ ଶେଷ ରେ ଏହି ସେତୁ କାର୍ଯ୍ୟ ଶେଷ ହେବା ନେଇ ଘୋଷଣା କରାଯାଇଛି । ଯାହା ଫଳରେ କଟକ-ପାରାଦୀପ ଏବଂ କଟକ-ଚାନ୍ଦବାଲିକୁ ଯାତାୟତ ସହସ ହେବ ।












Click it and Unblock the Notifications