Get Updates
Get notified of breaking news, exclusive insights, and must-see stories!

Odisha Cabinet: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ବସିଥିଲା ।

Odisha Cabinet Four proposals approved in state cabinet meeting

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ସରକାର । ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୯ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି । ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକରେ ୪୮ଘଣ୍ଟାରୁ ଅଧିକ କାମ କରିଲେ ଓଭରଟାଇମ୍‍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ ।

ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ । ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହାସହିତ ଘଟଗାଁ ତାରିଣୀ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ୨୨୬ କୋଟି ମଞ୍ଜୁରୀ କରାଯାଇଛି । ୫୯ଏକର ଜମିକୁ ନେଇ ପାରିପାଶ୍ୱିର୍କ ବିକାଶ ପାଇଁ ଡିଆରପି ପ୍ରସ୍ତୁତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+