ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ
ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଅଧୀନ ଜମି ସଂପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଆଇନରେ ସଂଶୋଧନ ନିଷ୍ପତ୍ତି ହୋଇଛି।
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଅଧୀନ ଜମି ସଂପର୍କିତ ମାମଲାର ତୁରନ୍ତ ଫଇସଲା ପାଇଁ ଆଇନରେ ସଂଶୋଧନ ନିଷ୍ପତ୍ତି ହୋଇଛି।

ନିୟମ ଅନୁସାରେ ବିକ୍ରି, ଲିଜ୍ ପାଇଁ ଅଧିକୃତ ପ୍ରଜାଙ୍କୁ ଅନୁମତି ଦରକାର ହେଉଥିଲା। କିନ୍ତୁ ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ ଅନୁମୋଦନ ଦରକାର ନାହିଁ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସରକାରଙ୍କ ବିନା ଅନୁମୋଦନରେ କେତେକ ସରକାରୀ ଅଧିକାରୀ, ଯେମିତି ମନ୍ଦିର କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସକ, ମନ୍ଦିର ପ୍ରଶାସକ, ଉପପ୍ରଶାସକ ପ୍ରମୁଖଙ୍କୁ ନିର୍ଦ୍ଦିଷ୍ଟ ପରିମିତ ଜମିର ହସ୍ତାନ୍ତରୀକରଣ ପାଇଁ କ୍ଷମତା ପ୍ରଦାନ କରାଯିବ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ଏହି ପ୍ରୋସେସକୁ ଡିସେଣ୍ଟ୍ରାଲାଇଜ କରାଯିବ। ଟେମ୍ପୁଲ ମେନେଜିଂ କମିଟିକୁ ଏନେଇ ଦାୟିତ୍ୱ ଦିଆଯିବ। ବିଭିନ୍ନ ଲେବୁଲରେ ବିଭିନ୍ନ ପ୍ରକାର ଜମିକୁ ସେଟଲ୍ କରାଯାଇପାରିବ। ମହାପ୍ରଭୁଙ୍କ ଜମିରେ ଯେଉଁମାନେ ୪୦ରୁ ୫୦ ବର୍ଷ ହେବ ଲୋକେ ବସବାସ କରୁଛନ୍ତି, ସେମାନଙ୍କର ବହୁ ଦିନର ସମସ୍ୟା ସମାଧାନ ହୋଇଯିବ। ମନ୍ଦିର ପ୍ରଶାସନ ସେହି ଜମିରୁ କିଛି ଅର୍ଥ ପାଉନାହିଁ। ସେହି ଜମିଗୁଡ଼ିକ ବିକ୍ରି କରାଯାଇ ମନ୍ଦିର କାର୍ଯ୍ୟରେ ଲଗାଯିବ।












Click it and Unblock the Notifications