ରାଜ୍ୟ କ୍ୟାବିନେଟ୍‌ରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଲା ଅନୁମୋଦନ ଦେଇଛନ୍ତି। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗରେ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନା ପାଇଁ ୬ହଜାର ଶହେ କୋଟି ଅନୁମୋଦିତ କରାଯାଇଛି। ସହରର ଭିତ୍ତିଭୂମି ଉନ୍ନତି ହେବା ସହ ନିଯୁକ୍ତି ସୃଷ୍ଟି ହେବ। ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥିରେ ୫ ବର୍ଷ ପାଇଁ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ବ୍ୟୟ ବରାଦ କରାଯାଇଛି।

Odisha Cabinet Approves four Major Proposals

ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ Narcotics Control Bureau ଚନ୍ଦ୍ରଶେଖରପୁରଠାରେ ଆବଣ୍ଟିତ ଅତିରିକ୍ତ ସରକାରୀ ଜମି ଏ.୦.୬୪୪ଡି.ର ଅଧୂମୂଲ୍ୟ ବାବଦକୁ ଟ.୨,୬୦,୮୨,୦୦୦/(ଦୁଇ କୋଟି ଷାଠିଏ ଲକ୍ଷ ବୟାଅଶୀ ହଜାର) ଛାଡ଼ କରିବା ନିମନ୍ତେ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣ କରାଯିବ। ଏନେଇ ୧୫୧ କୋଟି ଟଙ୍କା ଖର୍ଚ୍ଚ ହେବ। ୬୨୬୦ ହେକ୍ଟର ଜମିରେ ଜଳସେଚନ କରାଯିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଲୋକସେବା ଭବନ ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+