ଆପାର୍ଟମେଣ୍ଟ କିଣିବାକୁ ଯାଉଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର...
ଏଣିକି ଏଣିକି ସୁବିଧାରେ କିଣି ହେବ ଆପାର୍ଟମେଣ୍ଟ । ଖୁବଶୀଘ୍ର ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍ । ଏହାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ ।

ଭୁବନେଶ୍ୱର: ଆପଣ ଆଗକୁ ଆପାର୍ଟମେଣ୍ଟ କିଣିବାକୁ ଯୋଜନା ରଖିଛନ୍ତି କି ? ବା ଆପଣ ଏବେ କୌଣସି ଆପର୍ଟମେଣ୍ଟ କିଣିବାକୁ ଯାଉଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ... କାରଣ ଏଣିକି ଏଣିକି ସୁବିଧାରେ କିଣି ହେବ ଆପାର୍ଟମେଣ୍ଟ । ଖୁବଶୀଘ୍ର ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍ । ଏହାକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ ।
ଏହି ବିଲ୍ ଅନୁସାରେ ପ୍ରଥମ ସେଲ୍ ଡିଡ୍ ପୂର୍ବରୁ ଆଲଟିଜ୍ ଆସୋସିଏସନ୍ ବା ଆପାର୍ଟମେଣ୍ଟ ଆବଣ୍ଟନଗ୍ରାହୀଙ୍କ ସଂଘ ଗଠନ କରାଯିବ । ଏହି ସଂଘ ନାଁରେ ଆପାର୍ଟମେଣ୍ଟର କମନ୍ ଏରିଆ ବା ସାଧାରଣ ସ୍ଥାନ ଯଥା- ପାର୍କିଂ,ସୁଇମିଂ ପୁଲ, ପାର୍କ, କମ୍ୟୁନିଟି ହଲର ମାଲିକାନା ଆଲଟି ଆସୋସିଏସନ ପାଖରେ ରହିବ। ଆପାର୍ଟମେଣ୍ଟ ମାଲିକ ସଂଘକୁ ଜମି ଅଧିକାର ହସ୍ତାନ୍ତର କରାଯିବ। ବୁକିଂ ସମୟରୁ ହିଁ ଆଲଟି ଆସୋସିଏସନ (ଆବଣ୍ଟନଗ୍ରାହୀ ମାନଙ୍କ ସଂଘ) ଗଠନ କରି ଏସବୁ ପ୍ରକ୍ରିୟା କରାଯାଇ ପାରିବ। ଏହା ସ୍ପଷ୍ଟ ହେବା ପରେ ବହୁ ଦିନ ଧରି ପଡ଼ି ରହିଥିବା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିଛି ।
ତେବେ ଚଳିତ ଅଧିବେଶନରେ ଏହି ବିଲ୍ ବିଧାନସଭାରେ ଆଗତ ହେବା ନେଇ ଅଧିକ ସମ୍ଭାବନା ରହିଛି । ଚଳିତ ଅଧିବେଶନରେ ରେରା-କମ୍ପ୍ଲିଆଣ୍ଟ ଆପାର୍ଟମେଣ୍ଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ଗ୍ରୀନ ସିଗନାଲ ମିଳିଛି । ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ପୁଣି ବାଟ ଫିଟୁଛି ।
ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରି କରିବା ପରେ କମନ୍ ଏରିଆ ବିଲଡରଙ୍କ ମାଲିକାନାରେ ରହୁଥିଲା। ଏଥିପାଇଁ ଆପାର୍ଟମେଣ୍ଟ ସୋସାଇଟି ସହ ବିଲ୍ଡରଙ୍କ ବିବାଦ ଦେଖିବାକୁ ମିଳୁଥିଲା। ଏହି କାରଣରୁ ବହୁ ଦିନ ଧରି ନୂଆ ତଥା ପୁରୁଣା ଆପାର୍ଟମେଣ୍ଟ କିଣାବିକା ହୋଇପାରୁ ନଥିଲା ।












Click it and Unblock the Notifications