୧୭ ପ୍ରସ୍ତାବ କ୍ୟାବିନେଟ ମୋହର: ଓଡ଼ିଶା ବନ୍ଦର ନୀତି ଓ ଶିଶୁ ନୀତି-୨୨ ‘ପ୍ରାରମ୍ଭ’କୁ ମିଳିଲା ମଞ୍ଜୁରୀ
ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର ବାଜିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ନୀତି ଅନୁସାରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶ ହୋଇପାରିବ। ବନ୍ଦର କ୍ଷେତ୍ରରେ ଘରୋଇ ପୁଂଜି ନିବେଶକୁ ପ୍ରୋତ୍ସାହିତ ଦେବ। ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହ ମଧ୍ୟ ବିକାଶ ହେବ। ସେହିପରି ସାମୁଦ୍ରିକ ପର୍ୟ୍ୟଟନ, ବହୁମୁଖୀ ଜେଟି ଆଦିକୁ ଏହି ନୀତି ପ୍ରୋତ୍ସାହନ ଯୋଗାଇବ।

ସେହିପରି OUTR ରୂପାନ୍ତରଣରେ ଖର୍ଚ୍ଚ ହେବ ୧୭ଶହ କୋଟି ଏବଂ କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣ ହେବ । ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ହେବ । ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୨୫ କୋଟି । ନରସିଂହପୁର , ବଡମ୍ବା , ତିଗିରିଆ ବ୍ଲକର ଚାଷ ଜମିକୁ ମିଳିବ ପାଣି ।
ସେହିପରି ରାଜ୍ୟ ଶିଶୁ ନୀତି-୨୨ 'ପ୍ରାରମ୍ଭ'କୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି। ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାରକୁ ଅଗ୍ରାଧିକାର ଦିଆଯିବ। ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ।
କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ କଟକ ବାରବାଟୀ ଷ୍ଟାଡିୟମ ସମେତ ୫ ମ୍ୟୁନିସିପାଲିଟି କର୍ପୋରେସନରେ ହକି ବିଶ୍ବ କପ୍ ଉତ୍ସବ ହେବ ପାଳନ । ୧୦୦ଟି ନୂଆ ବସ୍ ସହିତ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ବିମାନ ସେବା ସହ ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ।
ଏଥିସହ ଟେକ୍ ହୋମ ରାସନ ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ମ୍ୟୁନିସିପାଲ ଆଇନ୍ ୧୯୫୦ର ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।
ଖଣ୍ଡଗିରି ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ନେଇ ପ୍ରସ୍ତାବକୁ ମୋହର ମରାଯାଇଛି । ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ବିତ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ଅଧିନିୟମରେ ହେବ ସଂଶୋଧନ । ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ ପଡିବ । ଏଣିକି ବିଡିଏ, ସିଡିଏ ଓ OSHBର ସିଙ୍ଗଲ ଆଲଟମେଣ୍ଟ ଜମି ବୈଧ ହେବ ।












Click it and Unblock the Notifications