ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର; କଫି ଚାଷ ପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି, ନରାଜରେ ହେବ ଇଭି କାରଖାନା

ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର । ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୪ଟି ମଞ୍ଜୁର ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର । ବିଡିଏ, ସିଡିଏ, ହାଉସିଂବୋର୍ଡ ଜମି ସ୍ଥିତିବାନ ସ୍ୱତ୍ତ୍ୱ ପାଇଁ ଦେୟ କମିବ । ଲିଜ୍‌ ସୂତ୍ରରେ ପାଇଥିବା ସରକାରୀ ଜମିକୁ ସ୍ଥିତିବାନ କରିବାକୁ ଦେୟ ହ୍ରାସ ହୋଇଛି।

ସ୍ଥିତିବାନ ସ୍ଵତେ ପୂର୍ବରୁ ଜମି ମୂଲ୍ୟର ୧୦% ଦେୟ ପଡୁଥିଲା । ଏବେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ। ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନ୍‌ଭର୍‌ସନ୍‌ ।

Odisha cabinet

କୋରାପୁଟ କଫିର ସଂପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏବେ ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ । ୬ ଜିଲ୍ଲାରେ କଫି ଚାଷ ହେବ, ଖର୍ଚ୍ଚ ହେବ ୧୧୪୪ କୋଟି ।

ଓଡ଼ିଶାରେ ଇଲେକ୍ଟ୍ରି ଯାନ କାରଖାନା କରିବ ଜେଏସ୍‌ଡବ୍ଲୁ । ନରାଜ ନିକଟରେ ହେବ କାରଖାନା । ଏଥିପାଇଁ ନିବେଶ ହେବ ୪୦ ହଜାର କୋଟି । ଇଭି କାରଖାନାରେ ପ୍ରାୟ ୧୨ ହଜାର ଲୋକ ନିଯୁକ୍ତି ପାଇବେ । ଗୋଟିଏ ଜାଗାରେ ଦେଶର ସବୁଠାରୁ ବଡ଼ ଇଭି କାରଖାନା ହେବ ହେବ ।

ଇଲେକ୍ଟ୍ରି ଯାନ ପାଇଁ ଦୁଇ ପ୍ରକାର କାରଖାନା କରିବ ଜେଏସ୍‌ଡବ୍ଲୁ ।
ଗୋଟିଏ କାରଖାନାରେ ଇଲେକ୍ଟ୍ରି ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ହେବ । ଏହା ସହ ଅନ୍ୟ କାରଖାନାରେ ଇଲେକ୍ଟ୍ରି ଯାନ କମ୍ପୋନେଟ ନିର୍ମାଣ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+