ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଟିକା ଟେଣ୍ଡରକୁ ମିଳିଲା ମଞ୍ଜୁରି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଟିକା ଟେଣ୍ଡର ସମ୍ପର୍କରେ ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଟିକା କିଣା ପାଇଁ ରାଜ୍ୟର ଗ୍ଲୋବାଲ ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ଟିକା ଟେଣ୍ଡର ସମ୍ପର୍କରେ ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଟିକା କିଣା ପାଇଁ ରାଜ୍ୟର ଗ୍ଲୋବାଲ ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।
ସେହିପିର ଟେଣ୍ଡର ସର୍ତ୍ତରେ କରାଯାଇଥିବା ସଂଶୋଧନକୁ ମଧ୍ୟ ଅନୁମୋଦନ କରାଯାଇଛି । କୋଭିଡ୍ ଟିକା କ୍ରୟ ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଭାଗ ନେବାକୁ ଥିବା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ୩% ପରଫରମାନ୍ସ ସିକ୍ୟୁରିଟି, ଇଏମଡି, ବିଡ୍ ସିକ୍ୟୁରିଟି ଓ ଲିକ୍ୟୁଡିଟି ଡ୍ୟାମେଜ୍ ଭଳି ସର୍ତ୍ତାବଳୀରୁ ସରକାର ଆଶ୍ୱସ୍ତି ଦେଇଛନ୍ତି। ଯେକୌଣସି ଟେଣ୍ଡରରେ ଏସବୁ ଆର୍ଥିକ ସର୍ତ୍ତାବଳୀ ରହୁଥିଲେ ମଧ୍ୟ କୋଭିଡ୍ ଟିକା କ୍ରୟ ନିମନ୍ତେ କ୍ୟାବିନେଟ୍ ଏସବୁ ଟେଣ୍ଡର ସର୍ତ୍ତକୁ ବାଦ୍ ଦେଇଛନ୍ତି ଓ ଏଥିପାଇଁ ଓଜିଏଫଆର ଓ ଡିଏଫଡିଆରରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ବୋଲି ଜଣାପଡ଼ିଛି।

କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, 'ଟେଣ୍ଡର ଡକ୍ୟୁମେଣ୍ଟ, ଟର୍ମ ଆଣ୍ଡ କଣ୍ଡିସନରେ ସଂଶୋଧନ ହୋଇଛି । ମାଇନସ୍ ୨୦ଂ ପର୍ଯ୍ୟନ୍ତ ରହିପାରୁଥିବା ଟିକାକୁ ବି ଟେଣ୍ଡର ପାଇଁ ଅନୁମତି ଦିଆଯାଇଛି । ତେବେ ଉକ୍ତ ଟିକା ୧୨ ଘଣ୍ଟା ଯାଏ ୨ରୁ ୮ ଡିଗ୍ରୀ ମଧ୍ୟରେ ରହିପାରୁଥିବ । ବିଭିନ୍ନ ଦେଶର ଟିକା ଭିନ୍ନ ଭିନ୍ନ ଦର ଥିବାରୁ ଦର ଅଲଗା ହିସାବ ହେବ । ଟିକା ଦର ନିର୍ଦ୍ଧାରଣ ବେଳେ ସ୍ୱାଧୀନ ଭାବେ ଦର ବିବେଚନା କରାଯିବ । ଯେକୌଣସି କମ୍ପାନୀ ଚାହିଁଲେ ଆବଶ୍ୟକ ସମସ୍ତ ଟିକା ଯୋଗାଇ ପାରିବେ । ପ୍ରି-ବିଡିଂ ଆଲୋଚନା ବେଳେ ଆବଶ୍ୟତାକୁ ଦେଖି ଏହା ସଂଶୋଧନ ହୋଇଛି ।'
୧୯ତାରିଖରେ ଏହି ଗ୍ଲୋବାଲ ଟେଣ୍ଡରରେ ସାମିଲ ହେବାକୁ ଥିବା ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ପ୍ରି-ବିଡ୍ ଆଲୋଚନା ହୋଇଛି । ତେବେ କୋଭିଡ୍ ଟିକା କ୍ରୟ ପ୍ରକ୍ରିୟାରେ ସମସ୍ତ ଉତ୍ପାଦନକାରୀ ଅବା ଯୋଗାଣକାରୀଙ୍କ ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ନିମନ୍ତେ ଟେକନିକାଲ କମିଟିର ପରାମର୍ଶରେ ଟେଣ୍ଡର ଦସ୍ତାବିଜ ସଂଶୋଧନର ଆବଶ୍ୟକତା ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛନ୍ତି।
ଆସନ୍ତା ୪ମାସ ମଧ୍ୟରେ ରାଜ୍ୟର ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଯୋଜାନା ବାନ୍ଧିଛନ୍ତି ରାଜ୍ୟ ସରକାର । ତେବେ -୨୦ ଡିଗ୍ରୀ ସେଲସିୟସ ତାପମାତ୍ରରେ ରହି ପାରୁଥିବା ଟିକାଗୁଡ଼ିକ ୨ ଡିଗ୍ରୀରୁ ୮ ଡିଗ୍ରୀ ତାପମାତ୍ରରେ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜର ଗୁଣବତ୍ତା ଅପରିବର୍ତ୍ତନ କରି ରହୁଥିବ ସେହି ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି। ଅପରପକ୍ଷରେ ରେଙ୍ଗାଲୀ ବାମ କେନାଲ୍ ପାଇଁ ୨୪୭ କୋଟି ଟଙ୍କାର ଟେଣ୍ଡର, ଓଡ଼ିଶା ଆଇନ ସେବା ପ୍ରାଧିକରଣର ନିଯୁକ୍ତି ନିୟମ ସଂଶୋଧନ ଓ IMFL ଅନ୍ ସପ୍ ଲାଇସେନ୍ସ ଫି' ଆଂଶିକ ଛାଡ଼ ପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।












Click it and Unblock the Notifications