ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ, 'ମୋ ଘର' ଯୋଜନାକୁ ଅନୁମୋଦନ
ଭୁବନେଶ୍ୱର:ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଆଜି ୧୮ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । 'ମୋ ଘର' ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ । ନୂଆ ଯୋଜନାର ଶୁଭାରମ୍ଭ କଲେ ରାଜ୍ୟ ସରକାର ।
ସେହିପରି ଆଜି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ମିଳିଛି । ବିଶ୍ୱବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ମଞ୍ଜୁର । ବଲାଙ୍ଗିର୍ ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଯାହା ଦ୍ୱାରା ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇପାରିବେ ।

ଅନ୍ୟପଟେ ଗଜପତିର ୨ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି ଯେଉଁଥି ପାଇଁ ଖର୍ଚ୍ଚ ହେବ ୩୭୯.୧୭ କୋଟି । VSSUTର ଉନ୍ନତୀକରଣ ପାଇଁ ୨ ହଜାର କୋଟିକୁ ଅନୁମୋଦନ ମିଳିଛି । ସେହିପରି ବେସରକାରୀ ଓ ଜୁନିଅର କଲେଜର ଲାଇବ୍ରେରୀ ଆଟେଣ୍ତାଣ୍ଟ ପଦବୀ ପୂରଣ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି ।
ସୂଚନାଥାଉ ଯେ, ଆଜି ନବୀନ ପଟ୍ଟନାୟକଙ୍କ ୫ମ ପାଳିର ସରକାରକୁ ପୁରିଲା ୪ ବର୍ଷ । ଏହି ଅବସରରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ରାଜ୍ୟ ସରକାର ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications