ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ: ସଂପ୍ରସାରିତ ହେବ ମିଲେଟ ମିଶନ

ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଲା ମୋହର। ସଂପ୍ରସାରିତ ହେବ ମିଲେଟ ମିଶନ। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି ।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଲା ମୋହର। ସଂପ୍ରସାରିତ ହେବ ମିଲେଟ ମିଶନ। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ୪ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ହେବ। ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଛି ।

Odisha Cabinet Approved 17 Proposals

ସେହିପରି ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି । ଢେଙ୍କାନାଳ ଜିଲ୍ଲାରେ ୪ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ଟି ବ୍ଲକରେ ଥିବା ୭୧ଟି ଗ୍ରାମ ପଞ୍ଚାୟତର ୨୭୧ଟି ଗାଁରେ ବସବାସ କରୁଥିବା ପ୍ରାୟ ୩ଲକ୍ଷ ୨୨ ହଜାର ୨୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। କାମାକ୍ଷାନଗର ବ୍ଲକରେ ଥିବା ୧୩ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୬ଟି ଗାଁର ପ୍ରାୟ ୫୨ ହଜାର ୯୧୪ ଜଣ, ପରଜଙ୍ଗ ବ୍ଲକରେ ଥିବା ୨୯ଟି ଗ୍ରାମ ପଞ୍ଚାୟତର ୯୨ଟି ଗାଁର ପ୍ରାୟ୧ ଲକ୍ଷ ୩୫ ହଜାର ୨୪୩ ଜଣ, କଙ୍କଡାହାଡ ବ୍ଲକରେ ଥିବା ୨୧ଟି ଗ୍ରାମ ପଞ୍ଚାୟତର ୧୦୬ଟି ଗାଁର ପ୍ରାୟ ୯୬ ହଜାର୯୭୩ ଜଣ ଓ ସଦର ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମପଞ୍ଚାୟତର ୨୭ଟି ଗାଁର ପ୍ରାୟ ୩୭,୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+