୧୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ, ଆଇଟି ପଲିସି ୨୦୨୨ ଉପରେ ବାଜିଲା ମୋହର
କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗୃହରେ ଅବଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଛି ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୧୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗୃହରେ ଅବଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଆଇଟି ପଲିସି ୨୦୨୨ ଉପରେ ବାଜିଲା କ୍ୟାବିନେଟ ମୋହର । ତେବେ ନଜର ପକାନ୍ତୁ ଅନ୍ୟ କିଛି କ୍ୟାବିନେଟ୍ ନିଷ୍ପତ୍ତି ଉପରେ...

ଋଷିକୂଲ୍ୟା ନଦୀରେ ହେବ ଆନିକଟ
ଗଞ୍ଜାମ ଜିଲ୍ଲା ବରଦା ଗାଁ ନିକଟରେ ଋଷିକୂଲ୍ୟା ନଦୀରେ ହେବ ଆନିକଟ । ଋଷିକୂଲ୍ୟାରେ ଆନିକଟ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ । ଆନିକଟ ନିର୍ମାଣରେ ଖର୍ଚ୍ଚ ହେବ ୧୪୯ କୋଟି ୬୦ ଲକ୍ଷ ଟଙ୍କା । ୩୬ ମାସରେ ଆନିକଟ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ।
ଆଇଟି ପଲିସିକୁ କ୍ୟାବିନେଟ ମଞ୍ଜୁରୀ
ରାଜ୍ୟ ସରକାରଙ୍କ ଆଇଟି ପଲିସକୁ ମିଳିଲା କ୍ୟାବିନେଟ ଅନୁମୋଦନ । ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀ ଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ ।
ପୁରୀରେ ୧୩୫ କୋଟିରେ ଧର୍ମଶାଳା
ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ବାସେଳିସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ହେବ ଧର୍ମଶାଳା ପ୍ରକଳ୍ପ । ୧୩୫ କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଧର୍ମଶାଳା । ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ମିଳିଲା ଟେଣ୍ଡର । ୨୪ ମାସରେ ଭିତତରେ କାମ ସାରିବାକୁ ନିର୍ଦ୍ଦେଶ ।
ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇ ବିଧାନସଭାରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
୨ ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ସୂଚନା । ରାୟଗଡ଼ା ଜିଲ୍ଲାର ୧୫ ପଞ୍ଚାୟତ, କୋରାପୁଟର ୩୧ ପଞ୍ଚାୟତକୁ ମିଳିବ ପାଣି । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ୭ ଓ କୋଲନରା ବ୍ଲକର ୮ ପଞ୍ଚାୟତ । ସେହିପରି କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ୧୫ ଓ କୁନ୍ଦ୍ରା ବ୍ଲକର ୧୬ ପଞ୍ଚାୟତକୁ ମିଳିବ ପାଣି ।
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯେଗାଇଛନ୍ତି ସରକାର
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଯୋଗାଇଛନ୍ତି ୯.୬୮ ଏକର ଜମି। ଖୋର୍ଦ୍ଧା ବରୁଣେଇ ଠାରେ ଏହି ଜମି ଯୋଗାଇ ଦିଆଯାଇଛି। ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। କ୍ୟାବିନେଟ ବୈଠକ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ।












Click it and Unblock the Notifications