କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ, କଟକ ରିଂ ରୋଡ୍ ହେବ ୬ ଲେନ୍
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଖାନନଗରଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ ୬ ଲେନ୍ ହେବ ବୋଲି ସୂଚନା ଦିଆଯାଇଛି । ରିଂ ରୋଡ୍ରେ ହେବାକୁ ଥିବା ୬ ଲେନ୍ ପାଇଁ ୧୨୧ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି ।
ସେହିଭଳି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି । ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ମିଳିବ ଆର୍ଥିକ ସହାୟତା । ଓବିସି କମିସନ ସଂଶୋଧନ ନେଇ ଆସିଲା ଅଧ୍ୟାଦେଶ । ଅବକାରୀ ସବ ଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିଭଳି ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ ହେବ ।
ସେହିପରି ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଓଡ଼ିଶା ହେବ ବୋଲି କୁହାଯାଇଛି ।
ରାଜ୍ୟରେ ସ୍ୱତନ୍ତ୍ର ଲଘୁ ଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ ଆସିବ । ସେହିପରି ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ଅଧିନିୟମ -୧୯୩୮ର ସଂଶୋଧନ କରାଯିବ ।
ଅବକାରୀ ସବଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ନେଇ ପୂର୍ବରୁ ଯେଉଁ ଅଧିନିୟମ ରହିଥିଲା ତାହାକୁ ଅକାମୀ କରିଦିଆଯିବ । ଏହାପରେ ନୂଆ ଅଧିନିୟମ-୨୦୨୩ ଲାଗୁ ହେବ । ଏଥିସହିତ ସିନିୟର ଆସିଷ୍ଟାଣ୍ଟ, ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀ ଆସିବ । କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କୃଷି, ଶିଳ୍ପ, ପଞ୍ଚାୟତିରାଜ, ପାନୀୟ ଜଳ ଓ ରାଜସ୍ୱ ବିଭାଗର ବହୁ ପ୍ରସ୍ତାବ ରହିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications