ବଢ଼ିଲା ନିଯୁକ୍ତି କ୍ଷେତ୍ରରେ ବୟସ ସୀମା, କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବକୁ ମୋହର
ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର । ବଢିଲା ଚାକିରିର ବୟସ ସୀମା । ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛି ରାଜ୍ୟ କ୍ୟାବିନେଟ ।
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର । ବଢିଲା ଚାକିରିର ବୟସ ସୀମା । ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛି ରାଜ୍ୟ କ୍ୟାବିନେଟ । ଏସସି-ଏସଟି ଓ ପଛୁଆ ବର୍ଗର ପ୍ରାର୍ଥୀଙ୍କ ବୟସ ସୀମା ୫ ବର୍ଷ କୋହଳ । ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ୫ବର୍ଷ କୋହଳ । ୪୩ ବର୍ଷକୁ ବଢିଲା ସଂରକ୍ଷିତ ବର୍ଗଙ୍କ ଚାକିରି ବୟସ ସୀମା ।

ଅନ୍ୟପଟେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକକୁ ପାନୀୟ ଜଳ ପ୍ରକଳ୍ପକୁ ମୋହର । ଏନଆଇଏଫଟିକୁ ୧୦ ଏକର ଜମି ଦିଆଯିବ । ତା ସହିତ ଭୁବନେଶ୍ୱର ଆଇଆଇଟିକୁ ଆଉ ୬୧୮ ଏକର ୬୬ ଡେସିମିଲ୍ ଯାଗା ଯୋଗାଇ ଦେବାକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି । ଏହାସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ।












Click it and Unblock the Notifications