ଧାମନଗର ଉପନିର୍ବାଚନ: ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
ଧାମନଗର ଉପନିର୍ବାଚନ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ଧାମନଗର ଉପନିର୍ବାଚନ: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଅକ୍ଟୋବର ୧୪ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧୭ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୩ ତାରିଖରେ ଭୋଟିଂ, ୬ରେ ଗଣତି ହୋଇ ରେଜଲ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ପରଠୁ ଏହି ଆସନଟି ଖାଲି ପଡ଼ିଛି ।

ନଭେମ୍ବର ୬ ତାରିଖରେ ଉପନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ପାର୍ଥୀ ଘୋଷଣା କରାଯାଇ ନାହିଁ ।ବିଜେଡି ଏବଂ କଂଗ୍ରେସରେ ବହୁ ଆଶାୟୀ ରହିଥିବା ବେଳେ ଦଳ କାହାକୁ ଟିକେଟ୍ ଦେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଗତ ରାତି ଅର୍ଥାତ୍ ଗୁରୁବାର ଦିନ ବଜେଡି ପକ୍ଷରୁ ଧାମନଗର ଉପନିର୍ବାଚନ ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ଉପସ୍ଥିତିରେ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ସୂଚନା ଅନୁସାରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଦଳ ସଭାପତି ନବୀନ ପଟ୍ଟନାୟକ ଯାହାକୁ ପାର୍ଥୀ କରିବେ ଦଳର ସମସ୍ତ ସଦସ୍ୟ ତାଙ୍କୁ ସମର୍ଥନ କରିବେ ।
ସେପଟେ ବିଜେପି ପକ୍ଷରୁ ମଧ୍ୟ ଖୁବ ଶିଘ୍ର ପାର୍ଥୀ ଘୋଷଣା କରାଯିବ । ହେଲେ ଏହା ପୂର୍ବରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ସହାନୁଭୂତିର ଭୋଟ ହାତେଇବାକୁ ରଣନୀତି କରିଥିବା ଅନୁମାନ କରାଯାଉଛି । କାରଣ ଉପନିର୍ବାଚନ ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ବୁଲି ଲୋକଙ୍କୁ ଭେଟୁଛନ୍ତି ସୂରଜ ।












Click it and Unblock the Notifications