Get Updates
Get notified of breaking news, exclusive insights, and must-see stories!

କମିଲା ବସ ଭଡ଼ା: ଜାଣନ୍ତୁ, କେଉଁ ବସରେ ଗଲେ କେତେ ଦେବେ ଭଡା ?

ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ ।

ଭୁବନେଶ୍ୱର: ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି । ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ ।

Bus fare

ସାଧାରଣ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ ଏହା ହ୍ରାସ ପାଇ ୮୭ ପଇସା ହୋଇଛି। ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୧ ପଇସାକୁ ଖସିଛି।

ଡିଲକ୍ସ ବସ୍‌ ଭଡ଼ା ବି କମିଛି। ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ଏବେ ଏହା ୧ ଟଙ୍କା ୨୫ ପଇସା ହୋଇଛି। ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୩ ପଇସା ହୋଇଛି। ସୁପର ପ୍ରିମିୟମ ବସ୍‌ର ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୩୮ ପଇସାକୁ ଖସିଛି।

ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଡିଜେଲ ଲିଟର ୧୦୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ହ୍ରାସ କରିବା ପରେ ଏବେ ଏହାର ମୂଲ୍ୟ ୯୧ ଟଙ୍କାକୁ ଖସି ଆସିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା କମାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+