ଏନ୍ଏଚ୍ ୫୩ ହଜାରି ଛକ ନିକଟରେ ଦୁର୍ଘଟଣା; ବସ୍-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ
କେନ୍ଦ୍ରାପଡ଼ା: ବସ୍-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ । ଏନ୍ଏଚ୍ ୫୩ ହଜାରି ଛକ ନିକଟରେ ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ସୂଚନା ମିଳିଛି ।
ଆଜି ସକାଳେ ବସ୍ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା। ହଜାରୀ ଛକ ନିକଟରେ ତେଲ ଟ୍ୟାଙ୍କରକୁ ବସ୍ଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଯାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ବସ୍ ଓ ତେଲ ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ କରୁଛି।












Click it and Unblock the Notifications