ଏଣିକି ଭୁବନେଶ୍ୱରରେ ଘର କରିବା ହେବନି ସହଜ, ବିଲ୍ଡିଂ ପ୍ଲାନ ଅନୁମୋଦନ ପାଇଁ ଗଣିବେ ଲକ୍ଷ ଲକ୍ଷ ଟଙ୍କା
ରାଜଧାନୀ ଭୁବନେଶ୍ୱର ତଥା ଅନ୍ୟ କୌଣସି ସହରାଞ୍ଚଳରେ ଘର ଖଣ୍ଡେ କରିବାକୁ ସ୍ୱପ୍ନ ଦେଖିଛନ୍ତି କି ? ଯଦି ଆପଣ ଏହି ସ୍ୱପ୍ନ ଦେଖୁଛନ୍ତି, ତେବେ ବେଶ୍ ମହଙ୍ଗା ହେବାକୁ ଯାଉଛି ଆପଣଙ୍କର ଏହି ସ୍ୱପ୍ନ ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ତଥା ଅନ୍ୟ କୌଣସି ସହରାଞ୍ଚଳରେ ଘର ଖଣ୍ଡେ କରିବାକୁ ସ୍ୱପ୍ନ ଦେଖିଛନ୍ତି କି ? ଯଦି ଆପଣ ଏହି ସ୍ୱପ୍ନ ଦେଖୁଛନ୍ତି, ତେବେ ବେଶ୍ ମହଙ୍ଗା ହେବାକୁ ଯାଉଛି ଆପଣଙ୍କର ଏହି ସ୍ୱପ୍ନ । କାରଣ ସହରାଞ୍ଚଳରେ ଘର କରିବା ଏବେ ଆଉ ହେବନି ସହଜ । ପ୍ଲାନ ଅନୁମୋଦନ ପାଇଁ ଗଣିବେ ଲକ୍ଷ ଲକ୍ଷ ଟଙ୍କା । ରାଜ୍ୟ ସରକାର ଏବେ ବିଲଣ୍ଡିଂ ପ୍ଲାନ ଅନୁମୋଦନ ପାଇଁ ଆଣିବାକୁ ଯାଉଛନ୍ତି ଯେଉଁ ନୂଆ ନିୟମ । ସହରାଞ୍ଚଳରେ ଘର କରିବା ଲାଗି ୨୦୧୭ ପରେ ଜମି କିଣିଥିବା ଲୋକଙ୍କ ପାଇଁ ନଗର ଉନ୍ନୟନ ବିଭାଗର କଠୋର ସର୍ତ୍ତ ରଖିଛି ।

ରାସ୍ତା ପାଇଁ ଛାଡିବେ ଜମି
ଘର ସାମନାରେ ୩୦ ଫୁଟରୁ କମ୍ ଚଉଡ଼ା ରାସ୍ତା ଥିଲେ ବିଲ୍ଡିଂ ପ୍ଲାନ ଆପ୍ରୁଭ କରାଯିବ ନାହିଁ । ତେଣୁ ରାସ୍ତା ପାଇଁ ଜମି ମାଲିକ ଗିଫ୍ଟ ଆକାରରେ ଜମି ଛାଡିବେ । ମାତ୍ର ଯେତିକି ଜମି କିଣିଥିଲେ, ତାହାକୁ ଫ୍ଲୋର ଏରିଆ ରେସିଓ ବିବେଚନା କରାଯାଇ ବିଲ୍ଡିଂ ପ୍ଲାନ ଆପ୍ରୁଭ କରାଯିବ।
ଦେବେ ୧୫% କମ୍ପାଉଣ୍ଡିଂ ଫି
ସେହିପରି ଜମି ମାଲିକଙ୍କୁ ଜମିର ବେଞ୍ଚ ମାର୍କ ମୂଲ୍ୟର ୧୫% କମ୍ପାଉଣ୍ଡିଂ ଫି ବାବଦରେ ଦେବାକୁ ହେବ। ଜମିର ମୂଲ୍ୟ ୨୦ଲକ୍ଷ ଟଙ୍କା ହୋଇଥିଲେ ଜମି ମାଲିକଙ୍କୁ କମ୍ପାଉଣ୍ଡିଂ ଫି ବାବଦକୁ ୩ ଲକ୍ଷ ଟଙ୍କା ପ୍ଲାନ୍ ଆବେଦନ ବେଳେ ଜମା କରିବାକୁ ପଡ଼ିବ। ଯଦି ୧୨ ଶହ ସ୍କେ୍ୱୟାର ଫୁଟ ଘର କରିବାକୁ ଚାହୁଁଛନ୍ତି ତେବେ ୮ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିବ । ଏହାବାଦ୍ ଅନ୍ୟାନ୍ୟ ଫି ଦେବାକୁ ପଡ଼ିବ । ତେବେ ଏଥିରେ ସାଧାରଣ ଲୋକ ଘର କରିବା ସ୍ୱପ୍ନ ଏବେ ମଳିନ ପଡିପାରେ । ଯାହା ଏବେ ଲୋକଙ୍କୁ ନିରାଶ କରିଛି।
ଏ ନେଇ ଚିଠା ପ୍ରସ୍ତାବ ଆସିଛି । କୌଣସି ଅଭିଯୋଗ ନହେଲେ, ୧୫ ଦିନ ମଧ୍ୟରେ ଓଡ଼ିଶା ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ ସହରାଞ୍ଚଳରେ ଘର କରିବାକୁ ଥିବା ଆଶାୟୀମାନେ ଅଧିକ ଖର୍ଚ୍ଚାନ୍ତ ହେବେ।












Click it and Unblock the Notifications